ଆଜି ପବିତ୍ର ମହାଳୟା

ପୁରୀ(କେନ୍ଯୁଜ୍) : ଆଜି ହେଉଛି ପବିତ୍ର ମହାଳୟା । ଗତ ୧୫ ଦିନ ଧରି ଚାଲିଥିବା ପିତୃପକ୍ଷର ଶେଷଦିନ । ଏହି ଅବସରରେ ଆଜି ଶ୍ରାଦ୍ଧ ଓ ପିଣ୍ଡଦାନ ପାଇଁ ଶ୍ରୀକ୍ଷେତ୍ରରେ ଭିଡ଼ ଲାଗିଛି । ପିତୃପକ୍ଷର ପ୍ରତିଦିନ ତିଥି ଅନୁଯାୟୀ ଶ୍ରାଦ୍ଧ ଓ ପିଣ୍ଡଦାନ କରିବାର ବିଧି ରହିଛି । ତେବେ ଯେଉଁମାନେ ପିତୃପକ୍ଷର ବିଭିନ୍ନ ତିଥିରେ ପିଣ୍ଡଦାନ କରିପାରିନାହାନ୍ତି ସେମାନେ ଆଜି ମହାଳୟା ଅବସରରେ ଶ୍ରାଦ୍ଧ ଓ ପିଣ୍ଡଦାନ କରିଥାଆନ୍ତି । ମହାଳୟା ଅବସରରେ ପିଣ୍ଡଦାନ କଲେ ପିତୃଲୋକ ଓ ପୂର୍ବପୁରୁଷ ଶାନ୍ତି ଲାଭ କରିଥାଆନ୍ତି ବୋଲି ବିଶ୍ୱାସ ରହିଛି । ଶ୍ରଦ୍ଧାଳୁମାନେ  ଶ୍ରୀମନ୍ଦିର ବାଇଶି ପାହାଚ, ତୀର୍ଥ ପୁଷ୍କରିଣୀ ଓ ମହୋଦଧିରେ ଶ୍ରାଦ୍ଧ ଓ ପିଣ୍ଡଦାନ କରୁଛନ୍ତି ।

st

ଏହି ଅବସରରେ ଚଳଚଞ୍ଚଳ ହୋଇଉଠିଛି ଯାଜପୁରର ମାଆ ବିରଜାଙ୍କ ଶକ୍ତିପୀଠ। ପବିତ୍ର ମହାଳୟା ତିଥିରେ ରାଜ୍ୟ ଓ ରାଜ୍ୟ ବାହାରୁ ଶ୍ରଦ୍ଧାଳୁମାନେ ଆସି ମନ୍ଦିରରେ ଥିବା ନାଭିଗୟାରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ କରିଛନ୍ତି। ଏହାସହ ମାଆ ବିରଜାଙ୍କୁ ଦର୍ଶନ କରି ଆଶିଷ ଲାଭ କରିଛନ୍ତି। ଟ୍ରଷ୍ଟ ବୋର୍ଡ ପକ୍ଷରୁ ମଧ୍ୟ ଶ୍ରଦ୍ଧାଳୁ ମାନଙ୍କ ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.