ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ, ରତ୍ନ ଭଣ୍ଡାର ମରାମତି ପାଇଁ ଲାଗିରହିଥିବ ସମସ୍ୟା ଦୂର ହେବ ଆଶା

ଆଜି ବସୁଛି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ । ଦିନ ୧୧ଟାରେ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ବୈଠକ ବସିବ। ବୈଠକରେ ଉପସ୍ଥାପିତ ହେବ ଶ୍ରୀମନ୍ଦିର ରତ୍ନ ଭଣ୍ଡାର ବାହାର କାନ୍ଥ ଓ ଚୂଳ ଉପରେ ଲେଜର୍ ସ୍କାନିଂ ରିପୋର୍ଟ ।

ପୁରୀ (କେନ୍ୟୁଜ): ଆଜି ବସୁଛି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ । ଦିନ ୧୧ଟାରେ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ବୈଠକ ବସିବ। ବୈଠକରେ ଉପସ୍ଥାପିତ ହେବ ଶ୍ରୀମନ୍ଦିର ରତ୍ନ ଭଣ୍ଡାର ବାହାର କାନ୍ଥ ଓ ଚୂଳ ଉପରେ ଲେଜର୍ ସ୍କାନିଂ ରିପୋର୍ଟ । ରିପୋର୍ଟ ନେଇ କମିଟିରେ ତର୍ଜମା ହେବା ପରେ ନିଷ୍ପତି ମୁତାବକ ପରବର୍ତ୍ତୀ ପଦକ୍ଷେପ ନିଆଯିବ । ଏଥିରେ ରଘୁନନ୍ଦନ ଲାଇବ୍ରେରୀ, ସାଂସ୍କୃତିକ କେନ୍ଦ୍ର ନିର୍ମାଣ ସମ୍ପର୍କରେ ଆଲୋଚନା କରାଯିବ।

ସେହିପରି ଏହି ବୈଠକରେ ରଘୁନନ୍ଦନ ଲାଇବ୍ରେରୀ, ଶ୍ରୀଜଗନ୍ନାଥ ମନ୍ଦିରର ନୂତନ କାର୍ଯ୍ୟାଳୟ, ନାଟ ମଣ୍ଡପର ସଂରକ୍ଷଣ, ଶ୍ରୀନ୍ଦିର ଆଲୋକୀକରଣ, ଶ୍ରୀମନ୍ଦିରରେ ନୀତି ପରିଚାଳନା ଆଦି ପ୍ରସଙ୍ଗରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହେବ । ମୁଖ୍ୟତଃ ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି ଓ ଲେଜର୍ ସ୍କାନିଂ ନେଇ ଲାଗି ରହିଥିବା ସସପେନ୍ସ ବୈଠକରେ ଦୂରହେବା ନେଇ ଆଶା କରାଯାଉଛି ।