ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ, ସୋସିଆଲ୍‌ ମିଡିଆରେ ଦଳୀୟ ନେତାଙ୍କ ଠାରୁ ଆରମ୍ଭ କରି ସାଧାରଣ ଜନତାଙ୍କ ଛୁଟୁଛି ଶୁଭେଚ୍ଛା

ଭୁବନେଶ୍ବର: ୭୫ ବର୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ତାଙ୍କର ଜନ୍ମଦିନ । ଏବର୍ଷ କୋଭିଡ୍‌ ସଂକ୍ରମଣକୁ ଦୃଷ୍ଟିରେ ରଖି ଜନ୍ମଦିନ ପାଳୁ ନାହାନ୍ତି ନବୀନ । ନବୀନ ନିବାସ ନଆସିବା ପାଇଁ ନେତା, କର୍ମୀ ଓ ସମର୍ଥକଙ୍କୁ କହିଛନ୍ତି । ଗରିବ ଲୋକଙ୍କୁ ସାହାଯ୍ୟ କରିବା ସହ ରକ୍ତ ଓ ପ୍ଲାଜମା ଦାନ କରିବାକୁ ଜନସାଧାରଣଙ୍କୁ ନିବେଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଜନ୍ମଦିନ ଅବସରରେ ତାଙ୍କୁ ଚାରିଆଡୁ ଛୁଟୁଛି ଶୁଭେଚ୍ଛାର ସୁଅ । ଦଳୀୟ ନେତା, କର୍ମୀ, ସମର୍ଥକ ଓ ସାଧାରଣ ଜନତା ସୋସିଆଲ୍‌ ମିଡିଆରେ ମୁଖ୍ୟମନ୍ତ୍ରୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଉଛନ୍ତି । ୨୦୦୦ ମସିହାରୁ ଲଗାତାର ପାଞ୍ଚ ଥର ଓଡ଼ିଶାର ମୁଖ୍ୟମନ୍ତ୍ରୀ ରହି ଆସିଛନ୍ତି ନବୀନ । ସ୍ୱଚ୍ଛ ଓ ନିର୍ମଳ ଭାବମୂର୍ତ୍ତି, ଲୋକାଭିମୁଖୀ ଯୋଜନା ଯୋଗୁ ସାଢ଼େ ଚାରି କୋଟି ଓଡ଼ିଆଙ୍କ ହୃଦୟରେ ସେ ରହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.