ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କଟକ ଜିଲ୍ଲା ଗସ୍ତ , ବଭିନ୍ନ ପ୍ରକଳ୍ପର କରିବେ ଶିଳାନ୍ୟାସ ଏବଂ ଉଦଘାଟନ

କଟକ(କେନ୍ୟୁଜ୍) : ଆଜି କଟକ ଜିଲ୍ଲା ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୨୩୧ କୋଟି ଟଙ୍କାର ୨୩ଟି ପ୍ରକଳ୍ପର ଶିଳାନ୍ୟାସ ଏବଂ ୨୬୩ କୋଟି ଟଙ୍କାର ୪୧ଟି ପ୍ରକଳ୍ପର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ। ଏଥିସହ ବାଲିଯାତ୍ରା ପଡିଆରେ ଆୟୋଜିତ ଯୁବ ସମାବେଶରେ ଯୋଗଦେବେ । କଟକ ସମେତ କେନ୍ଦ୍ରାପଡା, ଜଗତସିଂହପୁର ଓ ଢେଙ୍କାନାଳ ଜିଲାରୁ ବିଜୁ ଯୁବ ବାହିନୀର କର୍ମୀ ଏଥିରେ ସାମିଲ ହେବେ। ଏଥିପାଇଁ କମିଶନରେଟ ପୋଲିସ ପକ୍ଷରୁ ୩୫ ପ୍ଲାଟୁନ ଫୋର୍ସ ଓ ୧୦୦ ଅଫିସର ନିଯୁକ୍ତ ହୋଇଛନ୍ତି । ଚାରୋଟି ଜିଲ୍ଳାରୁ କର୍ମୀ ଆସୁଥିବାରୁ ପାର୍କିଂ ପାଇଁ ପର‌୍ୟ୍ୟାପ୍ତ ବ୍ୟବସ୍ଥା କରାଯାଇଛି। ପ୍ରାୟ ୬୨ଟି ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନର କାର‌୍ୟ୍ୟକ୍ରମ ରହିଛି। ପୂର୍ବାହ୍ନ ୧୧ ଟା ବେଳେ ହେଲିକପଟର ଯୋଗେ ବାରଙ୍ଗରେ ପହଁଚି ଟାଟା ମେମୋରିଆଲ ହସପିଟାଲର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ। ପରେ ଅପରାହ୍ନ ୫ଟାରେ କଟକ ବାଲିଯାତ୍ରା ପଡିଆକୁ ଆସି ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ ସହ ବିଜୁ ଯୁବ ବାହିନୀର କାର‌୍ୟ୍ୟକ୍ରମରେ ଯୋଗଦେବେ।

Leave A Reply

Your email address will not be published.