Below header

ଅର୍ଥନୈତିକ କାର୍ଯ୍ୟନୁଷ୍ଠାନ ଆରମ୍ଭ କଲା ଭାରତ, ପାକିସ୍ତାନରୁ ଆମଦାନୀ ହେଉଥିବା ସମସ୍ତ ପଦାର୍ଥ ଉପରେ ୨ଶହ ପ୍ରତିଶତ ବିହିଃଶୁଳ୍କ ବୃଦ୍ଧି

ଦିଲ୍ଲୀ(କେନ୍ୟୁଜ୍): ପାକିସ୍ତାନ ବିରୋଧରେ ଅର୍ଥନୈତିକ କାର୍ଯ୍ୟନୁଷ୍ଠାନ ମଧ୍ୟ ଆରମ୍ଭ କରିଲା ଭାରତ। ପାକିସ୍ତାନରୁ ଆମଦାନୀ ହେଉଥିବା ସମସ୍ତ ପଦାର୍ଥ ଉପରେ ୨ଶହ ପ୍ରତିଶତ ବିହିଃଶୁଳ୍କ ବୃଦ୍ଧି କରିଛି ଭାରତ। ପୂର୍ବରୁ ପାକିସ୍ତାନକୁ ଦିଆଯାଇଥିବା ମୋଷ୍ଟ ଫେଭରଡ୍‌ ନେସନର ମାନ୍ୟତା ହଟାଇ ଦିଆଯାଇଥିଲା ।

jetlyଏହାପରେ କଷ୍ଟମସ୍‌ ଡ୍ୟୁଟି ବଢାଯାଇଛି। ସାଧାରଣତଃ ତାଜା ଫଳ, ସିମେଣ୍ଟ, ପେଟ୍ରୋଲିୟମ ପଦାର୍ଥ, ବଲ୍କ ମିନେରାଲ୍‌ସ ଏବଂ ଓର୍‌ ଓ ଚମଡା ଜାତୀୟ ପଦାର୍ଥ ପାକିସ୍ତାନଠାରୁ ଆମଦାନୀ କରୁଛି ଭାରତ। ଗତ ଆର୍ଥିକ ବର୍ଷରେ ପାକିସ୍ତାନ ଭାରତକୁ ୩ ହଜାର ୪୮୨ କୋଟି ଟଙ୍କାର ରପ୍ତାନୀ କରିଥିଲା। ବର୍ତ୍ତମାନ ଶୁଳ୍କ ବୃଦ୍ଧି ଫଳରେ ପାକିସ୍ତାନ କାରବାର ବାଧାପ୍ରାପ୍ତ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.