ଆଜି କନ୍ଧମାଳ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

କନ୍ଧମାଳ(କେନ୍ୟୁଜ୍) : ଆଜି କନ୍ଧମାଳ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କେ. ନୂଆଗାଁ ବ୍ଲକ୍‌ ମହାସିଙ୍ଗର EMRS ସ୍କୁଲ୍‌ ନିକଟ ପଡିଆରେ ଜିଲ୍ଲାସ୍ତରୀୟ କାଳିଆ ସମାବେଶ ଓ ମିଶନ ଶକ୍ତି କାର୍ଯ୍ୟକ୍ରମରେ ଯୋଗଦେବେ ମୁଖ୍ୟମନ୍ତ୍ରୀ । ୩୦ ହଜାରରୁ ଅଧିକ ଚାଷୀ ଏବଂ ମହିଳା ସମାବେଶରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ସେହିପରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଶୁଭାରମ୍ଭ ଓ ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି । କାର୍ଯ୍ୟକ୍ରମ ଅନୁସାରେ ୧୧ଟା ୪୫ରେ ମୁଖ୍ୟମନ୍ତ୍ରୀ ମହାସିଙ୍ଗରରେ ପହଞ୍ଚିବେ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ନେଇ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଜିଲ୍ଲାପାଳ, ଉପଜିଲ୍ଲାପାଳ ସ୍ଥିତି ଅନୁଧ୍ୟାନ କରିବା ସହ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ।

Leave A Reply

Your email address will not be published.