Below header

ସଡ଼କ ଦୁର୍ଘଟଣାରେ ପୂର୍ବତନ ସୁନ୍ଦରଗଡ଼ ବିଧାୟକ ଯୋଗେଶ ସିଂଙ୍କ ସହ ୩ ଆହତ

ସୁନ୍ଦରଗଡ଼(କେନ୍ୟୁଜ୍) : ପୂର୍ବତନ ସୁନ୍ଦରଗଡ଼ ବିଧାୟକ ଯୋଗେଶ ସିଂ ଆହତ । ସଡ଼କ ଦୁର୍ଘଟଣାରେ ଯୋଗେଶ ସିଂଙ୍କ ସମେତ ତିନି ଜଣ ଆହତ ହେଇଛନ୍ତି । ଦୁର୍ଘଟଣାରେ ଯୋଗେଶ ସିଂଙ୍କ ଗାଡ଼ିଟି ସଂପୂର୍ଣ୍ଣ ଜଳି ଯାଇଛି । ଯୋଗେଶ ସିଂ ସୁନ୍ଦରଗଡ଼ରୁ ଭୁବନେଶ୍ୱର ଆସୁଥିଲେ ।

car ରାତି ପ୍ରାୟ ତିନିଟା ବେଳେ ଅନୁଗୁଳ ଫୁଲପଡ଼ାରେ ଦୁର୍ଘଟଣାଗସ୍ତ ହୋଇଥିଲା । ଗାଡ଼ିଟି ରାସ୍ତାରେ ଆସୁଥିବା ବେଳେ ଏକ ଟ୍ରକ୍‌ ତାଙ୍କ ଗାଡ଼ି ଆଡକୁ ମାଡ଼ି ଆସିଥିଲା । ଟ୍ରାଇଭର ବଞ୍ଚିବାକୁ ଚେଷ୍ଟା କରିବା ବେଳେ ଗାଡ଼ିଟି ଏକ ଗଛରେ ପିଟି ହୋଇଥିଲା । ସ୍ଥାନୀୟ ଲୋକେ ଉଦ୍ଧାର କରି ଅନୁଗୁଳ ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ପରେ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.