ଆଜି ରାତି ୮ଟାରେ ସରିବ ଲକଡାଉନ, କିନ୍ତୁ ଆଜି ଖୋଲିବ ନାହିଁ ମାର୍କେଟ

ଭୁବନେଶ୍ୱର ( କେନ୍ୟୁଜ) : ରାଜଧାନୀ କଞ୍ଚା ପରିବା ବ୍ୟବସାୟୀ ମହାସଂଘର ନିସ୍ପତି ଆଜି ଖୋଲିବ ନାହିଁ ମାର୍କେଟ। ଆସନ୍ତାକାଲିଠାରୁ ଖୋଲିବ ୟୁନିଟ 1 ମାର୍କେଟ । ଶିଶୁଭବନ ଛକଠାରୁ ରାଜମହଲ ଓ ରାଜମହଲ ଠାରୁ ଏଜି ଛକ ପର୍ଯ୍ୟନ୍ତ ପରିବା ବେପାରୀ ବାସିବେ। ଏଥି ସହ ମଦର ପବ୍ଲିକ ସ୍କୁଲ ପଡ଼ିଆରେ ମଧ୍ୟ ଚାଷୀ ପାରିବା ବିକ୍ରି କରିପାରିବେ। ଏଥି ସହ ସମସ୍ତ ପରିବା ହାଟରେ ସମସ୍ତ ବେପାରୀ ସାମାଜିକ ଦୂରତ୍ୱ ସହ ସମସ୍ତ ପ୍ରତିଷେଧକ ନେବା ଆବଶ୍ୟକ।

ଆଜି ରାତି ୮ଟାରେ ସଟଡାଉନ ସରୁଛି ଆଉ ଲକଡାଉନ ଆରମ୍ଭ ହେବ। କାଲିଠାରୁ ସମସ୍ତ ଦୋକାନ ଖୋଲାଯିବ। ଆଜି ରାତି ୮ ପରେ ରିଟେଲରମାନେ ହୋଲସେଲରଙ୍କ ଠାରୁ ଜିନିଷ କ୍ରୟ କରି ରଖିବେ। ଆସନ୍ତା ସକାଳ ୮ଟାରୁ ଗ୍ରାହକମାନଙ୍କ ପାଇଁ ଦୋକାନ ଖୋଲାଯିବ ଏବଂ ସମସ୍ତ ଜିନିଷ ଉପଲବ୍ଧ କରାଯିବ। ଏଥିସହ ଗ୍ରାହକ ମାନଙ୍କ ସୁବିଧା ପାଇଁ କିଛି ଆଡ଼ିସିନାଲ କାଉଣ୍ଟର ଖୋଲିବା ପାଇଁ ମଧ୍ୟ ଆଲୋଚନା କରାଯାଇଛି।

ଏଥିସହିତ ବସ ଷ୍ଟପେଜ,ମୁନିସିପାଲିଟି ର କିଛି ଅଞ୍ଚଳ ଇତ୍ୟାଦିରେ ଏହି କାଉଣ୍ଟର ଖୋଲିବା ନେଇ ଆଲୋଚନା କରୁଛୁ, ଏନେଇ ସରକାର ଅନୁମତି ଦେଲେ ଏହି କାଉଣ୍ଟର ଗୁଡିକ ଖୋଲିବୁ,ଯେଉଁଥିରେ ଲୋକମାନେ ଜିନିଷ କ୍ରୟ କରିବାରେ ସୁବିଧା ହବ,ଲୋକମାନଙ୍କୁ ଅନୁରୋଧ ଜମା ଭୟଭୀତ ହୁଅନ୍ତୁ ନାହିଁ, ଆମ ପାଖରେ ପର୍ଯ୍ୟାପ୍ତ ପରିମାଣର ନିତ୍ୟବ୍ୟଭହାର୍ଯ୍ୟ ଜିନିଷ ମହଜୁଦ ଅଛି,ଯଦି କୌଣସି ସ୍ଥାନରୁ କିଛିବି ଖାଦ୍ୟ ସାମଗ୍ରୀ ନ ଆସେ ତେବେବି ଆମ ପାଖରେ 20 ଦିନ ଯାଏଁ ଲୋକଙ୍କୁ ଖାଦ୍ୟ ସାମଗ୍ରୀ ଦେବାରେ କୌଣସି ଅସୁବିଧା ହେବ ନାହିଁବୋଲି କହିଛନ୍ତି ଓଡ଼ିଶା ବ୍ୟବସାୟୀ ମହାସଂଘ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.