Below header

ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ଓଢଣୀଷଷ୍ଠୀ ନୀତି, ଶ୍ରୀଜିଉମାନଙ୍କୁ କରାଯିବ ଘୋଡଲାଗି

ପୁରୀ: ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ଓଢଣୀଷଷ୍ଠୀ ନୀତି। ଏହି ଅବସରରେ ଶ୍ରୀଜିଉମାନଙ୍କୁ ଘୋଡଲାଗି କରାଯିବ। ସକାଳ ଧୂପ ପରେ ମଇଲମ କରାଯାଇ ଘୋଡମାନଙ୍କୁ ଘଣ୍ଟ, ଛତା ଓ କହାଳୀ ସହ ପଟୁଆରରେ ବଡଦେଉଳକୁ ୩ ଘେରା ପ୍ରଦିକ୍ଷମ କରାଇ ରତ୍ନସିଂହାସନକୁ ବିଜେ କରାଯିବ।

ସିଂହାସନରେ ଠାକୁରମାନଙ୍କର ପାଗ ଓ ଘୋଡ ଲାଗି ବଢିବାପରେ ଛଅ ମୂର୍ତ୍ତି ଅଳଙ୍କାର ଲାଗି କରାଯିବ। ପରେ ପ୍ରସାଦ ଲାଗି ସହ ତିନି ବାଡରେ ବନ୍ଦାପନା କରାଯିବ। ଏହାପରେ ଲାଲ ରଙ୍ଗର ଘୋଡ ଲାଗି କରାଯିବ। ଶୀତ ଦାଉରୁ ରକ୍ଷା ପାଇବା ପାଇଁ ମାନବୀୟ ଲୀଳାକ୍ରମରେ ମହାପ୍ରଭୁ ଏହି ଘୋଡ ବା ଶୀତବସ୍ତ୍ର ପରିଧାନ କରିଥାନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.