ତେଜୁଛି ଦରବୃଦ୍ଧି ଅସନ୍ତୋଷ: ପ୍ରତିବାଦରେ ଆଜି ବାମଦଳ ପକ୍ଷରୁ ୬ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା

ଭୁବନେଶ୍ବର(କେନ୍ଯୁଜ୍): ତେଜୁଛି ଦରବୃଦ୍ଧି ଅସନ୍ତୋଷ। ପ୍ରତିବାଦରେ ବାମଦଳ ପକ୍ଷରୁ ୬ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି । ସକାଳ ୬ଟାରୁ ଦିନ ୧୨ଟା ଯାଏ ଦୋକାନ, ବଜାର ସହ ଗାଡି ଚଳାଚଳ ବନ୍ଦ ରହିବ । ଓଡ଼ିଶା ବନ୍ଦକୁ ସମର୍ଥନ କରିଛି କଂଗ୍ରେସ । ଦଳ ପକ୍ଷରୁ ବିକ୍ଷୋଭ, ପ୍ରତିବାଦ ଓ ସାଇକେଲ ଯାତ୍ରା ହେବ ।

ଦରବୃଦ୍ଧି ପ୍ରତିବାଦରେ ଦିନଟିଏ ପେଟ୍ରୋଲ ଓ ଡିଜେଲ ନକିଣିବାକୁ କଂଗ୍ରେସ ପକ୍ଷରୁ କୁହାଯାଇଛି। ପେଟ୍ରୋଲ ପମ୍ପ ସମ୍ମୁଖରେ ସକାଳ ୯ଟାରୁ ଦିନ ସାଢେ ୧୧ଟା ଯାଏ ଗ୍ରାହକଙ୍କ ପ୍ରତିକ୍ରିୟା ଓ ଦସ୍ତଖତ ସଂଗ୍ରହ ଅଭିଯାନ ହେବ । ବନ୍ଦକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ସମସ୍ତ କର୍ମଚାରୀଙ୍କୁ ସକାଳ ୯ଟା ୧୫ ସୁଦ୍ଧା ଅଫିସରେ ପହଂଚିବାକୁ ନିର୍ଦ୍ଦେଶ ଦିଆଯାଇଛି।  ସମସ୍ତ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥା କଡାକଡି ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ସେପଟେ ତେବେ କୌଣସି ଅପ୍ରୀତିକର ପରିସ୍ଥିତି ଯେପରି ସୃଷ୍ଟି ନହୁଏ ସେଥିପାଇଁ ଭୁବନେଶ୍ୱରରେ ୧୦ ପ୍ଲାଟୁନ୍‌ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି। ପ୍ରତ୍ୟେକ ଛକରେ ପିସିଆର୍‌ ଭ୍ୟାନ ଜଗି ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.