Below header

ଭଦ୍ରକ ଧାମନଗର ଏନଏସିର ୬ଟି ବୁଥରେ ଆଜି ପୁନଃ ମତଦାନ, ୧୧ ପ୍ଲାଟୁନ୍‌ ଫୋର୍ସ ମୁତୟନ

ଭଦ୍ରକ(କେନ୍ୟୁଜ୍) : ଭଦ୍ରକ ଜିଲ୍ଲା ଧାମନଗର ଏନଏସିର ୬ଟି ବୁଥରେ ଆଜି ପୁନଃ ମତଦାନ ହେବ । ୪ଟି ୱାର୍ଡର ୬ଟି ବୁଥ୍‌ରେ ପୁନଃ ମତଦାନ କରାଯିବ। ୧୦ଟାରୁ ୪ଟା ଯାଏଁ ଚାଲିବ ଭୋଟିଂ। ନିର୍ବାଚନୀ ହିଂସା ଯୋଗୁଁ ବୁଥ୍‌ ଗୁଡିକରେ ମତଦାନ ସ୍ଥଗିତ ରଖାଯାଇଥିଲା।

ଶାନ୍ତିଶୃଙ୍ଖଳାରେ ଭୋଟ୍‌ ଗ୍ରହଣ ନେଇ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ମୁତୟନ ହୋଇଛନ୍ତି ୧୧ ପ୍ଲାଟୁନ୍‌ ଫୋର୍ସ । ଗତକାଲି ଭଦ୍ରକ ଏସପି ଚରଣ ସିଂ ମୀନାଙ୍କ ନେତୃତ୍ୱରରେ ଧାମନଗର ସହରରେ ବିଭିନ୍ନ ଅଞ୍ଚଳରେ ଫ୍ଲାଗ ମାର୍ଚ୍ଚ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.