Below header

ଆଜି ଓଢ଼ଣ ଷଷ୍ଠୀ, ଶୀତଦାଉରୁ ରକ୍ଷା କରିବା ପାଇଁ ଶୀତବସ୍ତ୍ର ପରିଧାନ କରିଛନ୍ତି ମହାପ୍ରଭୂ

ପୁରୀ(କେନ୍ଯୁଜ୍): ଆଜି ଓଢ଼ଣ ଷଷ୍ଠୀ ବା ପ୍ରାବରଣ ଷଷ୍ଠୀ । ଆଜି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଶୀତଦାଉରୁ ରକ୍ଷା କରିବା ପାଇଁ ଘୋଡ ଲାଗି କରାଯାଇଛି । ପତନି, ଗୀତଗୋବିନ୍ଦ ପାଟ ଓ ସୂତାପାଟରେ ପ୍ରସ୍ତୁତ ଶୀତବସ୍ତ୍ର ପରିଧାନ କରିଛନ୍ତି ମହାପ୍ରଭୂ। ସକାଳ ଧୂପ ନୀତି ଶେଷ ହେବା ପରେ ଏହି ନୀତି ଆରମ୍ଭ କରାଯାଇଛି । ଏହି ଘୋଡ ଲାଗି ଆସନ୍ତା ମାଘ ଶୁକ୍ଲ ପଞ୍ଚମୀ ପର୍ଯ୍ୟନ୍ତ ଚାଲିବ। ମହାପ୍ରଭୁଙ୍କ ଏ ମାନବ୍ୟ ଲୀଳା ଦେଖିବାକୁ ଶହଶହ ଭକ୍ତଙ୍କ ଭିଡ଼ ଜମୁଛି । ବିଶ୍ୱାସ ରହିଛି ମହାପ୍ରଭୂଙ୍କୁ ଏହି ବେଶରେ ଦର୍ଶନ କଲେ କୋଟି ଜନ୍ମର ପୂଣ୍ୟ ମିଳିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.