Below header

ଜାଣି ରଖନ୍ତୁ କାଉ ସହ ଜଡ଼ିତ ଏହି ୧୫ଟି ସତ୍ୟ କଥା

କାଉ ଏକ ବୁଦ୍ଧିମାନ ପକ୍ଷୀ, ଯାହାକି ଆଣ୍ଟାର୍କଟିକାକୁ ଛାଡ଼ି ପୂରା ଦୁନିଆରେ ଦେଖାଯାଇଥାଏ। ଏହାର ଲମ୍ବା ପାଖାପାଖି ୧ରୁ ୧.୫ ଫୁଟ୍‌ ପଯ୍ୟର୍ନ୍ତ ହୋଇଥିବା ବେଳେ ଓଜନ ଥାଏ ୩୦୦ ଗ୍ରାମରୁ ୨ କେଜି। କେବଳ ଏତିକି ନୁହେଁ, କାଉ ସହ ଜଡ଼ିତ ଆହୁରି ଅନେକ ରୋଚକ କଥା ଅଛି, ଯାହାକୁ ଆଜି ଆମେ ଆପଣଙ୍କୁ ଜଣାଇବୁ।

୧. ଅନ୍ୟ ପକ୍ଷୀ ତୁଳନାରେ କାଉ ଅଧିକ ବୁଦ୍ଧିମାନ ହୋଇଥାଏ।

୨. ଆଣ୍ଟାର୍କଟିକାକୁ ଛାଡ଼ି ପୂରା ଦୁନିଆରେ କାଉଙ୍କୁ ଦେଖିବାକୁ ମିଳିଥାଏ।

ଏହାସହ ପଢ଼ନ୍ତୁ: ଜାଣନ୍ତୁ ଅକ୍ଟୋପସ୍‌ ସହ ଜଡ଼ିତ ୧୪ଟି ରୋଚକ କଥା

୩. କାଉର ଜୀବନକାଳ ପାଖାପାଖି ୧୦ରୁ ୧୫ ବର୍ଷ ହୋଇଥାଏ।

୪. କିନ୍ତୁ ଗୋଟିଏ ଅଷ୍ଟ୍ରେଲିୟାନ୍‌ କାଉ ୨୨ ବର୍ଷ ପଯ୍ୟର୍ନ୍ତ ବଞ୍ଚିପାରିଥିଲା।

crow2

୫. ଶ୍ରାଦ୍ଧ ମାସରେ କାଉକୁ ପୂଜା କରାଯାଇଥାଏ।

୬. କାଉ ଉଭୟ ସାକାହାରୀ ଏବଂ ମାଂସାହାରୀ ହୋଇଥାଏ।

୭. ସାରା ଦୁନିଆରେ ପାଖାପାଖି ୪୦ରୁ ଅଧିକ ପ୍ରଜାତିର କାଉ ବସବାସ କରୁଛନ୍ତି।

ଏହାସହ ପଢ଼ନ୍ତୁ: ଜାଣନ୍ତୁ କେତେ ମେଗା ପିକ୍ସେଲର ହୋଇଥାଏ ମଣିଷର ଆଖି

୮. କାଉର ମସ୍ତିଷ୍କର ସଂରଚନା ମଣିଷ ସହିତ ମିଶିଥାଏ।

୯. ଦୁନିଆର ସବୁଠାରୁ ଛୋଟ କାଉ ମେସ୍କିକୋରେ ଦେଖିବାକୁ ମିଳିଥିଲା, ଯାହାର ଓଜନ ପାଖାପାଖି ୪୦ ଗ୍ରାମ ଥିଲା।

୧୦. କାଉ ମଣିଷର ଚେହେରାକୁ ଜଲ୍‌ଦି ଭୁଲି ନ ଥାଏ।

crow3

୧୧. କାଉର ବୈଜ୍ଞାନିକ ନାଁ ହେଲା ‘Corvus Brachyrhynchos’।

୧୨. କାଉ ଭବିଷ୍ୟତରେ ହେବାକୁ ଥିବା ଘଟଣା ବିଷୟରେ ପୂର୍ବରୁ ହିଁ ଜାଣିପାରିଥାଏ।

୧୩. ଅଣ୍ଡିରା ଏବଂ ମାଈ କାଉ ଦୁଇଜଣ ମିଶି ସେମାନଙ୍କ ଛୁଆଙ୍କୁ ପାଳିଥାଆନ୍ତି।

ଏହାସହ ପଢ଼ନ୍ତୁ: କଣ ଆପଣ ଜାଣିଛନ୍ତି ଜଜ୍ ଏବଂ ମାଜିଷ୍ଟ୍ରେଟ୍‌ଙ୍କ ମଧ୍ୟରେ କଣ ରହିଛି ପାର୍ଥକ୍ୟ ?

୧୪. ଆପଣ ଜାଣି ଚକିତ ହେବେ ଯେ ଗୋଟିଏ କାଉ ଦଳକୁ ‘ମର୍ଡରର୍‌’ ବୋଲି କୁହାଯାଏ। କାହିଁକି ନା, ଯେତେବେଳେ କୌଣସି ଏକ କାଉ ଗୁରୁତର ଆଘାତ ପାଇଥାଏ କିମ୍ବା ମରିବାକୁ ଥାଏ, ସେତେବେଳେ ସବୁ କାଉ ମିଶି ତାକୁ ଜଲ୍‌ଦି ମାରି ଦିଅନ୍ତି।

୧୫. କାଉ ଏବଂ ପେଚା ପରସ୍ପରର ଶତ୍ରୁ ହୋଇଥାଆନ୍ତି। ଜଣେ ଜଣଙ୍କୁ ଦେଖିଦେଲା ମାତ୍ରେ ତା’ ଉପରେ ଆକ୍ରମଣ କରିଦେଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.