ଛାତ୍ରଙ୍କୁ ମାଡ ମାରିବା ଘଟଣାରେ ଅଧ୍ୟକ୍ଷ ରାଜୀବ କୁମାର ଦତ୍ତ ନିଲମ୍ବିତ

କେନ୍ଦୁଝର(କେନ୍ଯୁଜ୍): ଛାତ୍ରଙ୍କୁ ମାଡ ମାରିବା ଘଟଣାରେ ଅଧ୍ୟକ୍ଷ ରାଜୀବ କୁମାର ଦତ୍ତ ନିଲମ୍ବିତ। କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ଢ଼େଙ୍କିକୋଟ ସ୍ଥିତ ଆଦର୍ଶ ବିଦ୍ୟାଳୟରେ ଛାତ୍ରଙ୍କୁ ମାଡ଼ ଅଭିଯୋଗ ଘଟଣାରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଜିଲ୍ଲା ଶିକ୍ଷାଧିକାରୀଙ୍କ ତଦନ୍ତ ରିପୋର୍ଟ ଆଧାରରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଅଭିଯୋଗ ଅନୁଯାୟୀ ଗତ ଗୁରୁବାର ରାଜୀବ କୁମାର ଦତ୍ତ ବିନା କାରଣରେ ଛାତ୍ର ହରପ୍ରସାଦଙ୍କୁ ମାଡ ମାରିଥିଲେ। ବାର୍ଷିକ କ୍ରୀଡ଼ା ପାଇଁ ଛାତ୍ରଛାତ୍ରୀ ମାନଙ୍କୁ ପଡ଼ିଆରୁ ଘାସ ସଫା ପାଇଁ କହିଥିଲେ କଲେଜ ଅଧ୍ୟକ୍ଷ। ତେବେ ହରପ୍ରସାଦ ଅସୁସ୍ଥ ଥିବାରୁ ସେ ଛାଇରେ ବସିଥିଲେ। ଏହାକୁ କେନ୍ଦ୍ର କରି ତାଙ୍କୁ ଅଧ୍ୟକ୍ଷ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା। ଅଧ୍ୟକ୍ଷଙ୍କ ବଦଳି ଦାବି କରି ଛାତ୍ରଛାତ୍ରୀମାନେ ରାଜପଥ ଅବରୋଧ କରିଥିଲେ। ପରିବାର ଲୋକଙ୍କ ପକ୍ଷରୁ ମଧ୍ୟ ଘଟଗାଁ ଥାନାରେ ଲିଖିତ ଭିଯୋଗ କରାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.