Below header

ଶ୍ରୀମନ୍ଦିର ପରିଚାଳନା ସଂସ୍କାର ମାମଲା : ଆଜି ସୁପ୍ରିମକୋର୍ଟରେ ହୋଇପାରେ ଶୁଣାଣି

ପୁରୀ (କେନ୍ୟୁଜ୍) : ଶ୍ରୀମନ୍ଦିର ପରିଚାଳନାଗତ ସଂସ୍କାର ମାମଲାରେ ଆଜି ସୁପ୍ରିମକୋର୍ଟରେ ରହିଛି ଶୁଣାଣି। ଜଷ୍ଟିସ ମଦନ ବି ଲୋକୁର, ଜଷ୍ଟିସ ଏସ୍.ଅବଦୁଲ ଓ ଜଷ୍ଟିସ ଦୀପକ ଗୁପ୍ତାଙ୍କୁ ନେଇ ଗଠିତ ତିନି ଜଣିଆ ଖଣ୍ଡପୀଠ ଏହାର ଶୁଣାଣି କରିବେ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୁପ୍ରିମକୋର୍ଟଙ୍କ ୧୨ଟି ଅନ୍ତରୀଣ ନିର୍ଦ୍ଦେଶ ଅନୁପାଳନ ସମ୍ପର୍କରେ ସତ୍ୟପାଠ ଦାଖଲ କରାଯିବ। ଶ୍ରୀମନ୍ଦିର ନୀତି ପ୍ରଶାସକ ପ୍ରଦୀପ ଦାଶ, ଅନ୍ତରୀଣ ନିର୍ଦ୍ଦେଶ କିଭଳି ପାଳନ କରାଯାଉଛି ସେ ସମ୍ପର୍କରେ ସତ୍ୟପାଠ ଦାଖଲ କରିବେ। ଆମିକସ କ୍ୟୁରୀ ଗୋପାଳ ସୁବ୍ରମଣ୍ୟମ ମଧ୍ୟ ତାଙ୍କ ରିପୋର୍ଟ ଦାଖଲ କରିବାର ସମ୍ଭାବନା ରହିଛି। ଶ୍ରୀମନ୍ଦିର ପରିଚାଳନାରେ ସଂସ୍କାର ନେଇ ଗତ ଜୁନ ୭ ତାରିଖରେ ମାମଲା ଦାଏର ହୋଇଥିଲା।

puri shreemandira ଜୁନ ୮ତାରିଖରେ ୨ ଜଣିଆ ଖଣ୍ଡପୀଠ ଏହାର ଶୁଣାଣି କରି ଦାନ ଦକ୍ଷିଣା ଆଦାୟ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ପରେ ଜୁଲାଇ ୫ ତାରିଖରେ ମାମଲାର ଶୁଣାଣି କରି ପୁରୀ ଜିଲ୍ଲା ଜଜଙ୍କ ସୁପାରିସ ଆଧାରରେ ୧୨ଟି ପ୍ରସ୍ତାବ ଉପରେ କାର୍ଯ୍ୟାନୁଷ୍ଠ।ନ ନେବା ଲାଗି ନିର୍ଦ୍ଦେଶ ଦେଇଥିଲେ। ନିଯୁକ୍ତ ହୋଇଥିଲେ ଆମିକସ କ୍ୟୁରୀ ଗୋପାଳ ସୁବ୍ରମଣ୍ୟମ୍। ସେ ମଧ୍ୟ ପୁରୀ ଆସି ବିଭିନ୍ନ ପକ୍ଷଙ୍କ ସହ ଆଲୋଚନା କରିଥିଲେ। ଏହାପରେ ଧାଡ଼ି ଦର୍ଶନ ବ୍ୟବସ୍ଥାକୁ ନେଇ ବିବାଦ ଉଠିଥିଲା, ହିଂସା ଦେଖା ଦେଇଥିଲା। ଗତ ୨୪ତାରିଖରେ ଶୁଣାଣି ବେଳେ ପୁରୀରେ ହିଂସାକୁ ନେଇ ସୁପ୍ରିମକୋର୍ଟ ଅସନ୍ତୋଷ ପ୍ରକାଶ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.