ଆଜି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ, ମା’ ସମଲେଇଙ୍କଠାରେ ରୀତିନୀତି ଅନୁସାରେ ଲାଗି ହେଲା ନବାନ୍ନ

କେନ୍ୟୁଜ୍:  ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ । ଇଷ୍ଟଦେବୀ ମା’ସମଲେଶ୍ୱରୀଙ୍କ ନିକଟରେ ଲାଗି କରାଯାଇଛି ନବାନ୍ନ। ଦିନ ୧୦ଟା ୫ରେ ରୀତିନୀତି ଅନୁସାରେ ମା’ ସମଲେଇଙ୍କଠାରେ ନବାନ୍ନ ଲାଗି କରାଯାଇଛି। ମା’ଙ୍କୁ ଲାଗିପରେ ମନ୍ଦିରରୁ ନବାନ୍ନ ବାହାରିଛି। ଭକ୍ତମାନେ ୧୧.୧୫ ପରେ ମାଆଙ୍କୁ ଦର୍ଶନ କରିପାରିବେ। ଏଥିପାଇଁ ମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ ଲାଗିଛି। ସମଲେଶ୍ୱୀରଙ୍କ ନିକଟରେ ନବାନ୍ନ ଲାଗି ପରେ ଘରର ମୁରବୀ ନୂଆ ଲୁଗା ପିନ୍ଧି ପୂଜାର୍ଚ୍ଚନା କରିବା ପରେ ଇଷ୍ଟଦେବୀଙ୍କୁ ଭୋଗ ଅର୍ପଣ କରି ସପରିବାର ଏକାଠି ବସି ଭୋଜନ କରିଛନ୍ତି । ନୂଆଁଖାଇ ସରିବା ପରେ ଜୁହାର ଭେଟ୍‌ ହେବ । ନୂଆଁଖାଇ ପାଇଁ ସମଗ୍ର ପଶ୍ଚିମ ଓଡ଼ିଶା ଉତ୍ସବମୁଖର ହୋଇଛି । ବିଭିନ୍ନ ସାମାଜିକ ଓ ସାଂସ୍କୃତିକ ସଙ୍ଗଠନ ପକ୍ଷରୁ ସଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି।