ଦୁଇଦିନ ପରେ ଆଜି ପୁଣି ଆରମ୍ଭ ହେବ ପୁରୀରେ ଉଚ୍ଛେଦ କାମ

ପୁରୀ(କେନ୍ୟୁଜ୍): ଦୁଇ ଦିନର ବ୍ୟବଧାନ ପରେ ଆଜି ପୁଣି ପୁରୀରେ ଆରମ୍ଭ ହେବ ଶ୍ରୀମନ୍ଦିର ଚତୁପାର୍ଶ୍ୱର ୭୫ ମିଟର ଉଚ୍ଛେଦ କାମ । ପ୍ରଥମେ ବଡ ଆଖଡା ମଠ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହେବ । ଏହା ପରେ ସାନ ଛତା ମଠର ମଧ୍ୟ ଉଚ୍ଛେଦ କାର୍ଯ୍ୟ ହେବ ବୋଲି ସୂଚନା ମିଳିଛି । ତେବେ ଏହି ମଠରୁ ଉଚ୍ଛେଦ ହୋଇଥିବା ୮୧ ଜଣ ଦୋକାନୀଙ୍କୁ ସଂପୂର୍ଣ୍ଣ ଭାବେ ଥଇଥାନ କରାଯିବ । ସେପଟେ ଶ୍ରୀମନ୍ଦିର ମେଘନାଦ ପାଚେରୀର ୭୫ ମିଟରରେ ଉଚ୍ଛେଦ ନେଇ ଦିନେ ଦୁଇ ଦିନ ମଧ୍ୟରେ ସର୍ଭେ ହେବ ବୋଲି ପୁରୀ ଜିଲ୍ଲାପାଳ ସୂଚନା ଦେଇଛନ୍ତି । ତେବେ ୭୫ ମିଟର ପରିସୀମା ବାହାରେ କୌଣସି ଉଚ୍ଛେଦ କାମ ହେବ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.