ମମିତାଙ୍କ ପରିବାରକୁ ଭେଟିଲେ ମହିଳା କମିଶନ ଅଧ୍ୟକ୍ଷା, ଅଭିଯୁକ୍ତକୁ ଫାଶୀ ଦେବାକୁ ପରିବାରର ଦାବି

ବଲାଙ୍ଗୀର/ ଧର୍ମଗଡ(କେ ନ୍ୟୁଜ): ମହାଲିଙ୍ଗ ସନସାଇନ ପବ୍ଲିକ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ମାମଲାର ଫିଟୁଛି ଗୁମର। କ୍ରାଇମ୍‌ସ୍ପଟ ମହାଲିଙ୍ଗ ନିର୍ମାଣଧୀନ ମିନି ଷ୍ଟାଡିୟମରେ ପହଂଚିଛନ୍ତି ମହିଳା କମିାନ ଅଧ୍ୟକ୍ଷା। ମମିତାଙ୍କ ପରିବାରକୁ ଭେଟିଛନ୍ତି ମହିଳା କମିଶନ ଅଧ୍ୟକ୍ଷାଙ୍କ ସହ ୪ ଜଣିଆ ଟିମ୍‌ । ଏହାପରେ କଳାହାଣ୍ଡି ଜିଲ୍ଲାପାଳ, ଜିଲ୍ଲା ଶିକ୍ଷାଧିକାରୀ ଓ କଳାହାଣ୍ଡି ଏସ୍‌ପିଙ୍କ ସହ ବୈଠକ କରିବେ । ମୃତକଙ୍କ ପରିବାର କିପରି ସଠିକ ନ୍ୟାୟ ପାଇବେ ଓ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ । ଏନେଇ ପଦକ୍ଷେପ ନିଆଯିବ ବୋଲି ମହିଳା କମିଶନ ଅଧ୍ୟକ୍ଷା ସୂଚନା ଦେଇଛନ୍ତି । ଅଧିକ ତଥ୍ୟ ଯୋଗାଡରେ ଲାଗିଛି ବଲାଙ୍ଗୀର ପୋଲିସ। ରିମାଣ୍ଡରେ ଅଛି ଗୋବିନ୍ଦ। ଆଜି ପାଞ୍ଚ ଦିନିଆ ରିମାଣ୍ଡର ଚତୁର୍ଥ ଦିନ। ଗୁଡେଇ ତୁଡେଇ ପ୍ରଶ୍ନ ପଚରା ଜାଉଛି। ସବୁ ତଥ୍ୟକୁ ଯୋଡ଼ି ବଳିଷ୍ଠ ପ୍ରମାଣ ଯୋଗାଡ କରୁଛି ପୋଲିସ । ଏପଟେ ଅଭଯୁକ୍ତ ଗୋବିନ୍ଦ ସାହୁକୁ ଫାଶୀ ଦଣ୍ଡ ଦିଆଯାଉ ବୋଲି ମମିତାଙ୍କ ବାପା ଦାବି କରିଛନ୍ତି। ଆମକୁ ନ୍ୟାୟ ମିଳୁ ବୋଲି କହିଛନ୍ତି ମମିତାଙ୍କ ବାପା।

ଅନ୍ଯପଟେ ହତ୍ୟା ପରେ ମୃତଦେହକୁ କେମିତି ପୋଡ଼ିଲା ଓ ପୋତିଲା? ସହଯୋଗୀ ଡ୍ରାଇଭର ରାଧେଶ୍ୟାମ ଚଣ୍ଡି କିପରି ସହଯୋଗ କରିଥିଲେ ତାହା ମଧ୍ୟ କହିଥିଲା ଅଭିଯୁକ୍ତ। କଳାହାଣ୍ଡି ମହାଲିଙ୍ଗ ମିନି ଷ୍ଟାଡିୟମରେ ସିନ୍‌ ରିକ୍ରିଏସନ କରିଥିଲା ପୋଲିସ । ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ଘଟଣାରେ କ୍ରାଇମ୍‌ ସିନ୍‌ ଦେଖାଇଲା ଅଭିଯୁକ୍ତ ଗୋବିନ୍ଦ । ଉତ୍ତରାଞ୍ଚଳ ଡିଆଇଜି ଓ କଳାହାଣ୍ଡି ଏସ୍‌ପିଙ୍କ ଉପସ୍ଥିତିରେ ଡେମୋ ଦେଖାଇଥିଲା ଅଭିଯୁକ୍ତ । ଗୋବିନ୍ଦକୁ ନେଇ ଭୋର ୪ଟାରେ ହେଲା ସିନ୍‌ ରିକ୍ରିଏସନ୍‌ । ମମିତାଙ୍କୁ କିପରିି ହତ୍ୟା କରିଥିଲା ପୂରା ସିନ୍‌ ରିକ୍ରିଏସନ ହୋଇଥିଲା । ହତ୍ୟା ପରେ କେମିତି ପୋଡ଼ିଲା ଓ ମୃତଦେହ ପୋତିଲା ସେନେଇ ଡେମୋ ଦେଖାଇଥିଲା ଅଭିଯୁକ୍ତ।

ସେପଟେ ଗୋବିନ୍ଦର ସହଯୋଗୀ ରାଧେର ଘରୁ ପୋଲିସ ଜବତ କରିଛି ଗୋଟିଏ ବ୍ୟାଗ୍‌। ଯେଉଁଥିରୁ ମିଳିଛି ତିନିଟି ଲେଡିଜ ପୋଷାକ, ମୋବାଇଲ ଓ ମୋବାଇଲ ଚାର୍ଜର। ଏ ବ୍ୟାଗ କାହାର? ମୋବାଇଲ କାହାର? ପୋଷାକ କାହାର? ରାଧେଙ୍କ ପତ୍ନୀ ଏହି ବ୍ୟାଗ ବିଷୟରେ କିଛି ଜାଣି ନାହାନ୍ତି। ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.