Below header

ଆଜି ରାଜ୍ୟର ଅଧିକାଂଶ ଜିଲ୍ଲାରେ ହେବ ବିଜୁଳି ଘଡ଼ଘଡ଼ି ସହ କୁଆପଥର ମାଡ଼ ଓ ବର୍ଷା, ୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ରାଜ୍ୟରେ ବଦଳିଛି ପାଣିପାଗର ମିଜାଜ । ଭୀଷଣ ତାତିରୁ ମିଳିଛି ଆଶ୍ଵସ୍ତି । ୪ ଦିନର ଅଗ୍ନିବର୍ଷା ପରେ ଗତକାଲି ତ୍ରାହି ଆଣି ଦେଇଛି କାଳବୈଶାଖୀ । ଘଡ଼ଘଡ଼ି ବର୍ଷା ପବନ ପ୍ରଭାବରେ ତାପମାତ୍ରା ହ୍ରାସ ପାଇଛି । ଆଜି ମଧ୍ୟ କାଳବୈଶାଖୀ ପ୍ରଭାବ ରହିବ । ବର୍ଷା ସହ କୁଆପଥର ପଡ଼ିଛି ।

ଭୁବନେଶ୍ଵର(କେନ୍ୟୁଜ) : ରାଜ୍ୟରେ ବଦଳିଛି ପାଣିପାଗର ମିଜାଜ । ଭୀଷଣ ତାତିରୁ ମିଳିଛି ଆଶ୍ଵସ୍ତି । ୪ ଦିନର ଅଗ୍ନିବର୍ଷା ପରେ ଗତକାଲି ତ୍ରାହି ଆଣି ଦେଇଛି କାଳବୈଶାଖୀ । ଘଡ଼ଘଡ଼ି ବର୍ଷା ପବନ ପ୍ରଭାବରେ ତାପମାତ୍ରା ହ୍ରାସ ପାଇଛି । ଆଜି ମଧ୍ୟ କାଳବୈଶାଖୀ ପ୍ରଭାବ ରହିବ । ବର୍ଷା ସହ କୁଆପଥର ପଡ଼ିଛି । ଆଭ୍ୟନ୍ତରୀଣ ଓଡ଼ିଶାରୁ ଛତିଶଗଡ଼ ଦେଇ ଉତ୍ତର ତାମିଲନାଡୁ ଯାଏ ଟ୍ରପଲାଇନ୍ ବ୍ୟାପିଛି  ।

ଆଜି ରାଜ୍ୟର ଅଧିକାଂଶ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ କୁଆପଥର ମାଡ଼ ଓ ବର୍ଷା ହେବ। ଏଥିପାଇଁ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଆଜି ୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ସମ୍ଭାବନା ରହିଛି । ବର୍ଷା ଯୋଗୁଁ ଅଧିକାଂଶ ସ୍ଥାନରେ ତାପମାତ୍ରା ୩ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇଛି । ୯ ତାରିଖରୁ ପୁଣି ବଢ଼ିପାରେ ତାତି । ଦିନ ତାପମାତ୍ରା ୧-୩ ଡିଗ୍ରୀ ସେଲସିୟସ୍ ଯାଏ ବୃଦ୍ଧି ପାଇପାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.