ଗାଈ ଚରାଳିରୁ ବୈଜ୍ଞାନିକ: ଜର୍ମାନରୁ ଜନ୍ମ ମାଟିକୁ ଫେରି ଗରିବ ଶିଶୁଙ୍କୁ ପଢ଼ାଉଛନ୍ତି ପାଠ

ରେଢାଖୋଲ / ସମ୍ବଲପୁର (କେନ୍ୟୁଜ): ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ, ବଲାଶିଙ୍ଘା ଗାଁ’ର ଯୁବ ବୈଜ୍ଞାନିକ ଶେଷ କିଶାନ । ଜନ୍ମମାଟି ବାଲାଶିଙ୍ଘାରୁ ଯାଇ ଜର୍ମାନରେ ଏବେ ବୈଜ୍ଞାନିକ ଭାବେ କାର୍ଯ୍ୟରତ ଅଛନ୍ତି । କିନ୍ତୁ ଶେଷ କିସାନ ଏବେ ଫେରିଛନ୍ତି ଜନ୍ମମାଟିକୁ । ସାଧାରଣ ଗାଈ ଚରାଳିରୁ ଡକ୍ଟରେଟ ପାଇ ଏବେ ବିଦେଶରୁ ଫେରି ଗାଁ ମାଟି ପାଇଁ କିଛି କରିବାର ପ୍ରାୟାଶ ଆରମ୍ଭ କରିବାକୁ ଯାଉଛନ୍ତି ।

ନିଜର ସଂଘର୍ଷ ମୟ ଜୀବନର ସଫଳତାର କାହାଣୀ ପାଇଁ ରାଜ୍ୟରେ ଉଦାହରଣ ପାଲଟିଛନ୍ତି ସେ । ଗାଈ ଚରାଳି ଜର୍ମାନର ଗୋଟିନ୍ ଜେନ୍ ବିଶ୍ୱ ବିଦ୍ୟାଳୟର ବୈଜ୍ଞାନିକ ଭାବରେ କାର୍ଯ୍ୟରତ ସେ । ଛୋଟ ବେଳୁ ପରିବାରର ସମସ୍ତଙ୍କୁ ହରାଇ ନିଘଂଚ ଜଙ୍ଗଲ ଭିତରୁ କଠିନ ପରିଶ୍ରମ କରି ଆଜି ଜଣେ ଯୁବ ବୈଜ୍ଞାନିକ ହୋଇ ଚାରି ବର୍ଷ ଭିତରେ ଡକ୍ଟରେଟ ପଦ ପାଇସାରିଛନ୍ତି । ଜର୍ମାନରେ ଥାଇ ମଧ୍ୟ ନିଜ ଗାଁ ଆଖପାଖ ଅଂଚଳର ୧୭୦ ଜଣ ଗରିବ ପିଲାଙ୍କୁ ,ଶିକ୍ଷକ ନିଯୁକ୍ତି କରାଇ ପଢାଇବା ସହିତ ,ପଢାଖର୍ଚ୍ଚ ବହନ କରୁଛନ୍ତି ଶେଷ କିସାନ । ଦୁନିଆରେ ସମସ୍ତଙ୍କୁ ହରାଇ ଏକ ଅନାଥ ଜୀବନ ବିତାଉଥିବା ଶେଷ ଏବେ ଓଡିଶାରୁ ନିଜର ଜୀବନ ସାଥି ଟିଏ ଖୋଜି ପାଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.