Below header

୧୦ ଟନ୍‌ ସୁନା, ୧୬ ହଜାର କୋଟି ନଗଦ ରାଶି…! ତିରୁପତି ମନ୍ଦିରର ସମ୍ପତ୍ତି ତାଲିକା ଜାରି କଲା TTD

ବିଭିନ୍ନ ମନ୍ଦିରରେ ଲୋକଙ୍କ ଭିଡ଼ ପ୍ରତିଦିନ ବଢ଼ିଥାଏ। ତିରୁମାଲା ତିରୁପତି ଦେବସ୍ଥାନମ୍‌ (TTD) ତରଫରୁ ଏକ ଶ୍ୱେତପତ୍ର ଜାରି କରାଯାଇଛି, ଯେଉଁଥିରେ ଟଙ୍କା, ସୁନା, ଜମା ରାଶି ଏବଂ ସମ୍ପତ୍ତିର ପୂରା ତାଲିକା ରହିଛି। ଏହି ତାଲିକା ମୁତାବକ, ତିରୁପତି ମନ୍ଦିରର ମୋଟ ସମ୍ପତ୍ତି ୨.୨୬ ଲକ୍ଷ କୋଟି ଟଙ୍କା ଧାର୍ଯ୍ୟ କରାଯାଇଛି।

କହି ରଖୁଛୁ, ମୋଟ ସମ୍ପତ୍ତିରେ ଯଦି ଆମେ ସୁନା କଥା ଦେଖିବା, ତା’ ହେଲେ ଏହା ପାଖାପାଖି ୧୦.୩ ଟନ ହେବ ବୋଲି ଆକଳନ କରାଯାଇଛି। ତେବେ ସମ୍ପତ୍ତି ବିଷୟରେ ସୂଚନା ଦେବାକୁ ଯାଇ ସୋସିଆଲ ମିଡିଆରେ ପ୍ରଚାର ହେଉଥିବା ସମସ୍ତ ରିପୋର୍ଟକୁ TTD ତରଫରୁ ଖାରଜ କରି ଦିଆଯାଇଛି, ଯେଉଁଥିରେ କୁହାଯାଇଛି ଯେ TTD ଅଧ୍ୟକ୍ଷ ଓ ବୋର୍ଡ ଆନ୍ଧ୍ର ପ୍ରଦେଶ ସରକାର ଏବଂ ଭାରତ ସରକାରଙ୍କ ସିକ୍ୟୁରିଟିରେ ବିନିଯୋଗ କରିବାକୁ ନିଷ୍ପତ୍ତି ନେଇଛନ୍ତି।

TTD ତରଫରୁ ଏ ସମ୍ପର୍କରେ କୌଣସି ବି ନିଷ୍ପତ୍ତି ନିଆଯାଇ ନାହିଁ। ମିଳିଥିବା ସୂଚନା ମୁତାବକ, ମନ୍ଦିରର ରାଶିକୁ ବ୍ୟାଙ୍କରେ ଜମା କରାଯାଇଥାଏ। ତିରୁମାଲା ତିରୁପତି ଦେବସ୍ଥାନମ୍‌ର ମୋଟ ସମ୍ପତ୍ତି ରହିଛି ୨.୨୬ ଲକ୍ଷ କୋଟି ଟଙ୍କା, ଯେଉଁଥିରୁ ରାଷ୍ଟ୍ରାୟାତ୍ତ ବ୍ୟାଙ୍କଗୁଡ଼ିକରେ ୫,୩୦୦ କୋଟିରୁ ଅଧିକର ୧୦.୩ ଟନ୍‌ ସୁନା ଜମା ରହିଛି। ସେପଟେ ଜମା ହୋଇଥିବା ନଗଦ ରାଶି କଥା ଦେଖିଲେ, ତାହା ପାଖାପାଖି ୧୫,୯୩୮ କୋଟି ଟଙ୍କା ହେବ।

କହି ରଖୁଛୁ, TTD ପାଖରେ ବର୍ଷ ୨୦୧୯ରେ ପାଖାପାଖି ୭.୪ ଟନ୍‌ ସୁନା ଜମା ଥିଲା। ୩ ବର୍ଷ ଭିତରେ ୨.୯ ଟନ୍‌ ସୁନା ବୃଦ୍ଧି ପାଇଛି। ବ୍ୟାଙ୍କଗୁଡ଼ିକରେ ଜମା ସୁନା ଦେଖିଲେ, ତାହା ମଧ୍ୟ ବଢ଼ି ୧୦.୩ ଟନ୍‌ ହୋଇଯାଇଛି। ରିପୋର୍ଟରୁ ମିଳିଥିବା ସୂଚନା ମୁତାବକ, ମନ୍ଦିରର ସମ୍ପତ୍ତି ପୂରା ଭାରତରେ ପାଖାପାଖି ୭,୧୨୩ ଏକରରେ ବ୍ୟାପିଛି, ଯେଉଁଥିରେ ୯୬୦ ସମ୍ପତ୍ତି ଅନ୍ତର୍ଭୁକ୍ତ ରହିଛି। ମନ୍ଦିରର ଏହି ଆୟ ଭକ୍ତ ଏବଂ ବିଭିନ୍ନ ଅନୁଷ୍ଠାନ ତରଫରୁ ଦାନରେ ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.