ଆସନ୍ତା କାଲି ଅଁଳା ନବମୀ: ଦୁଇ ବର୍ଷ ପରେ ରାଧାପାଦ ଦର୍ଶନ କରିବେ ଭକ୍ତ, କିନ୍ତୁ ଛୁଇଁବା ମନା

ପୁରୀ (କେନ୍ୟୁଜ): ଆସନ୍ତା କାଲି ଅଁଳା ନବମୀ ଅବସରରେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଈଁ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି। କରୋନା କଟକଣା ହଟିଥିବାରୁ ସାକ୍ଷୀଗୋପାଳରେ ଅଁଳା ନବମୀରେ ଭକ୍ତଙ୍କୁ ରାଧାପାଦ ଦର୍ଶନ କରିବାକୁ ଅନୁମତି ମିଳିଛି। ହେଲେ ରାଧା ପାଦ ସ୍ପର୍ଶ ନେଇ ଶ୍ରଦ୍ଧାଳୁଙ୍କୁ ଅନୁମତି ମିଳିନାହିଁ।। ଏନେଇ ପୁରୀ ଏସ୍‌ପି ସୂଚନା ଦେଇଛନ୍ତି।

କୋଭିଡ କଟକଣା ଯୋଗୁ ୨ ବର୍ଷ ପରେ ରାଧା ପାଦ ଦର୍ଶନ ହେଉଥିବାରୁ ପ୍ରବଳ ଭକ୍ତଂକ ସମାଗମ ହେବା ଆଶା କରାଯାଉଛି। ଏହାକୁ ଦୃଷ୍ଟି ରେ ରଖି ପ୍ରଶାସନିକ ପ୍ରସ୍ତୁତି ହୋଇଥିବାବେଳେ ଭକ୍ତଙ୍କ ସୁବିଧା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଥିବା ଜିଲ୍ଲାପାଳ କହିଛନ୍ତି । ଭକ୍ତଙ୍କୁ ପାଦ ଛୁଇଁବାକୁ ବାରଣ କରିଛି ପ୍ରଶାସନ । ଅଧିକ ଭିଡକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନେଇଛି ପ୍ରଶାସନ । ଏହାସହ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡାକଡି କରିଛି ଜିଲ୍ଲା ପ୍ରଶାସନ । ଏଥିପାଇଁ ନିୟୋଜିତ ହେବେ ୩ ଜଣ ADD SP, ୮ଜଣ DSP , ୧୮ଜଣ INSP , ୭୪ ଜଣ ASI , ୧୦୦ ଜଣ ହାବିଲଦାର ଓ କନେଷ୍ଟବଳ, ଗୃହରକ୍ଷୀଙ୍କ ସମେତ ୨୦ ପ୍ଲାଟୁନ ଫୋର୍ସ ମୁତୟନ ହେବ । ତେବେ ପୁରୀ SPଙ୍କ ନଜରରେ ରହିବ ସମସ୍ତ ଅଞ୍ଚଳ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.