ପୋଲିସ ଏନକାଉଣ୍ଟରରେ ଟପ୍‌ କ୍ୟାଡର ମହିଳା ମାଓବାଦୀ ମୃତ

ମାଲକାନଗିରି(କେ ନ୍ୟୁଜ): ପୋଲିସ ଏନକାଉଣ୍ଟରରେ ଟପ୍‌ କ୍ୟାଡର ମହିଳା ମାଓବାଦୀ ମୃତ । ଗୋଟିଏ ଏକେ-୪୭, ୨ ପିସ୍ତଲ ଓ ବିଭିନ୍ନ ମାଓ ସାମଗ୍ରୀ ଜବତ କରିଛି ପୋଲିସ । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲାର ଚନ୍ଦାମେଟା ଜଙ୍ଗଲରେ ଡିଆରଜି ଟିମ୍‌ ଓ ମାଓବାଦୀଙ୍କ ମଧ୍ୟରେ ୪ ଘଣ୍ଟା ଧରି ଗୁଳି ବିନିମୟ ହୋଇଥିଲା । ଡିଆରଜି ଯବାନଙ୍କ ଗୁଳିରେ ଜଣେ ହାର୍ଡ଼କୋର ମହିଳା ମାଓବାଦୀ ନିହତ ହୋଇଛନ୍ତି ।

ସିପିଆଇ ମାଓବାଦୀ ଦରଭା ଡିଭିଜନ ଆଡ୍ଡା ଚଳାଇଥିବା ଖବର ମିଳିବା ପରେ ସେଠାରେ ଚଢ଼ାଉ ହୋଇଥିଲା । ପୋଲିସ ପକ୍ଷରୁ ସଂପୃକ୍ତ ଅଞ୍ଚଳରେ କମ୍ବିଂ ଅପରେସନକୁ ଜୋରଦାର କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.