Below header

ମହିଳାଙ୍କ ମୁଣ୍ଡରୁ ବାହାରିଲା “ଦୁନିଆର ସବୁଠୁ ବଡ଼ ହ୍ଵାଇଟ୍ ଫଙ୍ଗସ”, ଡାକ୍ତର ବି ଆଶ୍ଚର୍ଯ୍ୟ

କରୋନାର ଦ୍ଵିତୀୟ ଲହର ଯୋଗୁ ଲୋକେ ଚିନ୍ତିତ ଥିବା ବେଳେ ବ୍ଲାକ ଫଙ୍ଗସ ଓ ହ୍ଵାଇଟ ଫଙ୍ଗସ ଆହୁରି ଚିନ୍ତା ବଢ଼ାଇଛି। ଉଭୟ ରୋଗ ଜୀବନ ଘାତକ ସାବ୍ୟସ୍ତ ହୋଇଛନ୍ତି। ଅନ୍ୟପଟେ ଇନ୍ଦୋରରେ ଜଣେ ମହିଳାଙ୍କ ମୁଣ୍ଡରୁ ଦୁନିଆର ସବୁଠୁ ବଡ଼ ହ୍ଵାଇଟ ଫଙ୍ଗସ ଇନଫେକ୍ସନ ମିଳିଛି, ଯାହାକୁ ଦେଖି ଡାକ୍ତର ବି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।

ମଧ୍ୟପ୍ରଦେଶର ଇନ୍ଦୋରରେ ବ୍ଲାକ ଫଙ୍ଗସ ପରେ ଏବେ ହ୍ଵାଇଟ ଫଙ୍ଗସ ସଂକ୍ରମଣ ଆରମ୍ଭ ହୋଇଥିବା ନେଇ ସ୍ପଷ୍ଟ ହୋଇଛି। ଧାର ଜିଲ୍ଲାର ୫୦ ବର୍ଷୀୟ ମହିଳାଙ୍କୁ କରୋନା ହୋଇଥିଲା। ପରେ ତାଙ୍କୁ ବ୍ରେନ ଟ୍ୟୁମର ଅପରେସନ ପାଇଁ ପ୍ରାଇଭେଟ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଅପରେସନ ପରେ ତାଙ୍କ ମୁଣ୍ଡରୁ ଟ୍ୟୁମର ବାହାର କରାଯାଇଥିଲା। ପରେ ଟ୍ୟୁମରର ବାୟୋପସି ଓ କଲଚର କରିବାରୁ ସେଥିରେ ହ୍ଵାଇଟ ଫଙ୍ଗସ ଥିବା ଜଣାପଡ଼ିଛି। କୁହାଯାଉଛି ଯେ ଏବେ ବର୍ତ୍ତମାନର ସବୁଠୁ ବଡ଼ ହ୍ଵାଇଟ ଫଙ୍ଗସ ଇନଫେକ୍ସନ, ଯାହାର ଆକାର ୮.୬ x ୪ x ୪.୬ ସେମି।

ବିଶେଷଜ୍ଞଙ୍କ ମୁତାବକ, ମହିଳାଙ୍କୁ ଏହି ଇନଫେକ୍ସନ ରକ୍ତ ମାଧ୍ୟମରେ ହୋଇଥିଲା। ଫଙ୍ଗସ ଇନଫେକ୍ସନର ଲକ୍ଷଣ ନାକ ଓ ଆଖିରେ ଦେଖିବାକୁ ମିଳିଥିଲେ ମଧ୍ୟ ବ୍ଲାକ ଫଙ୍ଗସର କୌଣସି ଲକ୍ଷଣ ପ୍ରକାଶ ପାଇନଥିଲା। ତେବେ ଅପରେସନ ପରେ ରୋଗୀ ବିପଦମୁକ୍ତ ଥିବା ଡାକ୍ତର କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.