Below header

‘ଥ୍ରୀ ଇଡିୟଟସ୍’ର ଏହି ସିନ୍ ପାଇଁ ସବୁ କଳାକାର ପିଇଥିଲେ ମଦ, ଖୁଲାସା କଲେ ସରମନ୍ ଯୋଶୀ

ବଲିଉଡର ସୁପରହିଟ୍ ଫିଲ୍ମ ‘ଥ୍ରୀ ଇଡିୟଟସ୍’ କୁ ଦର୍ଶକେ ଆଜି ବି ମନେ ରଖିଛନ୍ତି। ଏହି ଫିଲ୍ମ ବକ୍ସ ଅଫିସରେ ଅନେକ କୀର୍ତ୍ତିମାନ ସ୍ଥାପନ କରିଥିଲା। ଏହି ଫିଲ୍ମ ସହ ଜଡ଼ିତ ସରମନ ଯୋଶୀ ‘ଥ୍ରୀ ଇଡିୟଟସ୍’ କୁ ନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି।

ନିକଟରେ ଏକ ଇଣ୍ଟରଭ୍ୟୁରେ ସରମନ କହିଛନ୍ତି, ଫିଲ୍ମର ଏକ ସିନ୍ ପାଇଁ ସେ ସତସତିକା ମଦ ପିଇଥିଲେ। ଏହି ଆଇଡିଆ ତାଙ୍କୁ ଅମୀର ଖାନ ଦେଇଥିଲେ। ଫିଲ୍ମରେ ଏକ ସିନ୍ ଥିଲା ଯେଉଁଥିରେ ରାଜୁ, ରାନଚୋ ଓ ଫରହାନ ସିଡ଼ିରେ ବସି ନିଜ ପ୍ରଫେସର ଭାଇରସକୁ ଗାଳିମନ୍ଦ କରୁଥିଲେ। ଏହାର ସୁଟିଂ ବେଳେ ସେମାନେ ସତରେ ମଦ ପିଇଥିଲେ। କିନ୍ତୁ ମାଧବନ ଟିକେ ଅଧିକ ପିଇଦେଇଥିଲେ। ସେ ସିନକୁ ଖୁବ ସୁନ୍ଦର ଭାବେ ଉପସ୍ଥାପନ କରିଥିଲେ।

ସୂଚନାଯୋଗ୍ୟ ଯେ ଏହି ଫିଲ୍ମରେ ମାଧବନ ଫରହାନ ଓ ଅମୀର ଖାନ୍ ରାନଚୋ ଭୂମିକାରେ ଅଭିନୟ କରିଥିଲେ। ୨୦୦୯ ମସିହାରେ ରିଲିଜ ହୋଇଥିବା ଏହି ଫିଲ୍ମ ସୁପର ଡୁପର ହିଟ୍ ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.