ଟପ ମାଓ ନେତା ରାମଚନ୍ଦ୍ର ରେଡ୍ଡୀଙ୍କ ହୃଦରୋଗରେ ମୃତ୍ୟୁ, ସ୍ପଷ୍ଟ କଲା ରାଜ୍ୟ ପୋଲିସ

ଟପ ମାଓ ନେତା ମାଲ୍ଲା ରାଜି ରେଡ୍ଡୀର ମୃତ୍ୟୁ । ଛତିଶଗଡ଼ ବସ୍ତର ଜଙ୍ଗଲରେ ହୃଦରୋଗରେ ତାର ମୃତ୍ୟୁ ହୋଇଥିବା କୁହାଯାଇଛି । ସଶସ୍ତ୍ର ମହିଳା ଏବଂ ପୁରୁଷ ମାଓବାଦୀ ମୃତ ଶରୀରକୁ ଧରି କାନ୍ଦିବା ଦୃଶ୍ୟ ଦେଖିବାକୁ ମିଳିଛି। ମାଲ୍ଲା ରାଜି ରେଡ୍ଡୀ ମେସଲାନ୍ନା ଓରଫ ସଂଗ୍ରାମ ମାଓବାଦୀ ସେଂଟ୍ରାଲ କମିଟି ସଦସ୍ୟ ରହିଥିଲା ।

ମାଲକାନଗିରି (କେନ୍ୟୁଜ): ଟପ ମାଓ ନେତା ମାଲ୍ଲା ରାଜି ରେଡ୍ଡୀର ମୃତ୍ୟୁ । ଛତିଶଗଡ଼ ବସ୍ତର ଜଙ୍ଗଲରେ ହୃଦରୋଗରେ ତାର ମୃତ୍ୟୁ ହୋଇଥିବା କୁହାଯାଇଛି । ସଶସ୍ତ୍ର ମହିଳା ଏବଂ ପୁରୁଷ ମାଓବାଦୀ ମୃତ ଶରୀରକୁ ଧରି କାନ୍ଦିବା ଦୃଶ୍ୟ ଦେଖିବାକୁ ମିଳିଛି। ମାଲ୍ଲା ରାଜି ରେଡ୍ଡୀ ମେସଲାନ୍ନା ଓରଫ ସଂଗ୍ରାମ ମାଓବାଦୀ ସେଂଟ୍ରାଲ କମିଟି ସଦସ୍ୟ ରହିଥିଲା ।

ଅବିଭକ୍ତ ଆନ୍ଧ୍ର ପ୍ରଦେଶରେ ବହୁ ଗରିଲା ଆକ୍ରମଣରେ ସେ ସଂପୃକ୍ତ ଥିଲା । ୭୨ ବର୍ଷ ବୟସ୍କ ଟପ ମାଓ ନେତା ମାଲ୍ଲା ରାଜି ରେଡ୍ଡୀର ମୁଣ୍ଡ ପାଇଁ ଏକ କୋଟି ଟଙ୍କା ପୁରସ୍କାର ରଖାଯାଇଥିଲା। ରାଜିର ମୃତ୍ୟୁ ପରେ ବସ୍ତର ଇଲାକାରେ ମାଓ ସଙ୍ଗଠନକୁ ବଡ଼ ଝଟକା ହେଇଛି। ଉତ୍ତର ତେଲେଙ୍ଗାନାରେ ତାର ଘର । ୧୯୯୯ ମସିହା ଏପ୍ରିଲରେ ଆନ୍ଧ୍ରର ତତ୍କାଳୀନ ବାଚସ୍ପତି ଶ୍ରୀପାଦ ରାଓଂକୁ ହତ୍ୟା ପରେ ମାଲ୍ଲା ରାଜି ରେଡ୍ଡୀ ପୋଲିସ ୱାଣ୍ଟେଡ ଲିଷ୍ଟକୁ ଆସିଥିଲା । ଅନେକ ବଡ଼ ବଡ଼ ହିଂସାକାଣ୍ଡରେ ମାଷ୍ଟରମାଇଣ୍ଡ ଥିଲା ରାଜୁ । ମାଲ୍ଲା ରାଜି ରେଡ୍ଡୀର ମୃତ୍ୟୁ ନେଇ ରାଜ୍ୟ ପୋଲିସ ସ୍ପଷ୍ଟ କରିଛି । ହେଲେ ଏନେଇ ମାଓ ସଂଗଠନ ପକ୍ଷରୁ କିଛି କୁହାଯାଇନାହିଁ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.