ସ୍ୱାମୀର ନିର୍ଯାତନା ସହି ନପାରି ଜୀବନ ହାରିଲେ ମହିଳା

ଟାଙ୍ଗୀ(କେନ୍ୟୁଜ୍): ସ୍ୱାମୀର ନିର୍ଯାତନା ସହି ନ ପାରି ମହିଳାଙ୍କ ଆତ୍ମହତ୍ୟା । ଏଭଳି ଦୁଃଖଦ ଘଟଣା ଘଟିଛି ବଡପାରୀ ପଥର ଚକଡା ସାହିରେ। ନିର୍ଯାତନା ଦେବା ଅଭିଯୋଗରେ ସ୍ୱାମୀକୁ ଗିରଫ କରିଛି ଟାଙ୍ଗି ପୋଲିସ ।

ଖବର ମୁତାବକ, ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅଧିନସ୍ତ ବଡପାରୀ ପଥର ଚକଡା ସାହିର ପ୍ରଶାନ୍ତ ଧଳ(୫୫)। ନିଜ ପତ୍ନୀ ଜୟନ୍ତୀ ଧଳ (୫୦)ଙ୍କୁ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେଇ ଆସୁଥିଲେ । ଯାହା ଅଭିଯୋଗ କରିଛନ୍ତି ଜୟନ୍ତୀଙ୍କ ପରିବାର ଲୋକେ । କିନ୍ତୁ ଗତକାଲି ସ୍ୱାମୀ ଓ ପତ୍ନୀଙ୍କ ଭିତରେ ବଚସା ପରେ, ଶେଷରେ ଆତ୍ମହତ୍ୟାର ରାସ୍ତା ବାଛି ନେଇଥିଲେ ପତ୍ନୀ। ସ୍ୱାମୀ ପ୍ରଶାନ୍ତ ଧଳ ନିଜ ଝିଅକୁ ସାଥିରେ ଧରି ନୟାଗଡ ଅଂଚଳକୁ କୌଣସି କାର୍ଯ୍ୟରେ ଯାଇଥିଲେ । ସ୍ୱାମୀ ଘରେ ନଥିବା ବେଳେ ପତ୍ନୀ ଘରେ କବାଟ ଦେଇ ବେକରେ ରଶି ଲଗାଇ ଦେଇଥିଲେ ।

ଖବର ପାଇ ମହିଳାଙ୍କ ବାପ ଘର ଲୋକେ ଥାନାରେ ଏନେଇ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି ପୋଲିସ୍ ତଦନ୍ତ ଆରମ୍ଭ କରିବା ସହ ସ୍ୱାମୀ ପ୍ରଶାନ୍ତଙ୍କୁ ଗିରଫ କରିଛି । ଅନ୍ୟ ପଟେ ଶବ ଜବତ କରି, ବିବାହର ଏତେ ବର୍ଷ ପରେ କାହିଁକି ଏଭଳି ନିର୍ଯାତନାର ଶିକାର ହେଲେ? ନା ଆଉ କଣ ରହିଛି ମୃତ୍ୟୁର କାରଣ? ପ୍ରକୃତ ସତ୍ଯ ଜାଣିବା ପାଇଁ ତଦନ୍ତ ଆରମ୍ଭ କରିଛି ପୋଲିସ୍ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.