ରାତିର ବଳକା ଡାଲିରେ ବନାନ୍ତୁ ଟେଷ୍ଟୀ ପରଟା, ବନାଇବା ପୂରା ସହଜ

ଖାଦ୍ୟ ବନାଇବା ସମୟରେ ଏହା ଧ୍ୟାନ ନଥାଏ ଯେ କିଏ କେତେ ଖାଦ୍ୟ ଖାଇବେ। ଯେଉଁ କାରଣରୁ ଅନେକ ଥର ଡାଲି କିମ୍ବା ତରକାରୀ ବଳି ପଡିଯାଏ। ଏନେକ ଲୋକ ଏମିତି ଅଛନ୍ତି ବଳକା ଡାଲିକୁ ଫୋପାଡି ଦିଅନ୍ତି। କିନ୍ତୁ ଏହି ଡାଲିକୁ ଫୋପାଡିବା ବଦଳରେ ଆପଣ ଏଥିରେ ପରଟା ବି ବନାଇପାରିବେ। ବଳକା ଡାଲିର ପରଟା ସ୍ୱାଦରେ ଜବରଦସ୍ତ ହେବା ସହିତ ବ୍ରେକଫାଷ୍ଟରେ ଏକଦମ୍‌ ବଢ଼ିଆ ରେସିପି ହୋଇଥାଏ। ତେବେ ଜାଣନ୍ତୁ ଏହାକୁ କେମିତି କରିବେ ପ୍ରସ୍ତୁତ।

ଆବଶ୍ୟକ ସାମଗ୍ରୀ

  • ୧ କପ୍‌ ଅଟା
  • ୧/୪ କପ୍‌ ବଳକା ଡାଲି
  • ୧/୨ କପ୍‌ ଛୋଟ କଟା ହୋଇଥିବା ସିମଲା ଲଙ୍କା
  • ୩ ଚାମଚ ତେଲ ପରଟା ବନାଇବା ପାଇଁ
  • ୧/୪ କପ୍‌ ପିଆଜ ଛୋଟ କଟା ହୋଇଥିବା
  • ଲୁଣ ଏବଂ ଗୋଲମରୀଚ ସ୍ୱାଦାନୁସାରେ

ପ୍ରସ୍ତୁତି ପ୍ରଣାଳୀ

ଏକ ବଡ ପାତ୍ରରେ ଅଟା, ଡାଲି, ଧନିଆ ପତ୍ର, ପିଆଜ, ଏକ ଚାମଚ ତେଲ, ସିମଲା ଲଙ୍କା, ଲୁଣ ଏବଂ ଗୋଲମରୀଚ ପକାଇ ଭଲଭାବେ ଚକଟି ଦିଅନ୍ତୁ।
ଆପଣ ଚାହିଁବେ ତ ନିଜ ଇଚ୍ଛାନୁସାରେ ଆଉ କିଛି ବି ପରିବା ମିଶାଇ ପାରିବେ।
ଅଳ୍ପ ସମୟ ପାଇଁ ଅଟାକୁ ଅଲଗା ରଖିଦିଅନ୍ତୁ, ଯାହାଦ୍ୱାରା ଅଟା ଚକଟା ନରମ ମୁଲାୟମ୍‌ ରହିବ।
ଏବେ ଛୋଟ ଛୋଟ ବଲ୍ସ ବନାନ୍ତୁ ଏବଂ ବେଲି ଦିଅନ୍ତୁ।
ନନଷ୍ଟିକରେ ପ୍ୟାନ ଗରମ କରନ୍ତୁ ଏବଂ ଏଥିରେ ଏହି ପରଟାକୁ ଭଲଭାବେ ସେକି ଦିଅନ୍ତୁ।
ଏହି ପରଟାକୁ ଆପଣ ଦହି, ଆଚାର ଏବଂ ରାଇତା ସର୍ଭ କରନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.