ବିଧାନସଭାରେ ଉଠିଲା ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀଙ୍କ ହାଇଦ୍ରାବାଦ ଗସ୍ତ ପ୍ରସଙ୍ଗ

ଭୁବନେଶ୍ବର(କେନ୍ୟୁଜ୍): ଅଡୁଆରେ ସଂସ୍କୃତି ମନ୍ତ୍ରୀ । ବିଧାନସଭାରେ ଉଠିଲା ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀଙ୍କ ହାଇଦ୍ରାବାଦ ଗସ୍ତ ପ୍ରସଙ୍ଗ । ମନ୍ତ୍ରୀ ଜ୍ୟୋତି ପାଣିଗ୍ରାହୀଙ୍କ ସହ ଜଣେ ମହିଳା ଓ ଜଣେ ଯୁବତୀ ସରକାରୀ ଗସ୍ତରେ ହାଇଦ୍ରାବାଦ ଯାଇଥିଲେ । ସେମାନେ କିଏ ଓ ସେମାନଙ୍କୁ କେଉଁ ଅଧିକାର ବଳରେ ସେଠାକୁ ନିଆଯାଇଥିଲା ବୋଲି ଦାବି କରିଥିଲେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ। କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା ମଧ୍ୟ ଏହି ପ୍ରସଙ୍ଗରେ ଜ୍ୟୋତି ପାଣିଗ୍ରାହୀଙ୍କୁ ମନ୍ତ୍ରୀ ପଦରୁ ବହିଷ୍କାର କରିବାକୁ ଦାବି ଉଠାଇଥିଲେ। ଏହାକୁ ନେଇ ପ୍ରବଳ ହଟ୍ଟଗୋଳ ହେବାରୁ ଗୃହକୁ ପ୍ରଥମେ ଅଧଘଣ୍ଟା ଓ ପରେ ଅପରାହଣ ୩ଟା ଯାଏ ଗୃହକୁ ମୁଲତବୀ ଘୋଷଣା କରାଯାଇଥିଲା। ଗତ ଅକ୍ଟୋବର ୪ତାରିଖରେ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପାଣିଗ୍ରାହୀ ହାଇଦ୍ରାବାଦ ଗସ୍ତ କରିଥିଲେ। ତାଙ୍କ ସହ ଜଣେ ମହିଳା ଓ ଜଣେ ଯୁବତୀ ଗସ୍ତ କରିଥିଲେ। ଜ୍ୟୋତି ପାଣିଗ୍ରାହୀଙ୍କ ସହ ଉଭୟଙ୍କ ସମ୍ପର୍କ କଣ? ଟୁରିଜିମ ରୋଡ ସୋ’ରେ ଭାଗ ନେବାକୁ ଯାଇଥିବା ମହିଳା ୨ ଜଣଙ୍କ ପାଇଁ ମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଅନୁମତି ଆଣିଥିଲେ କି ବୋଲି ପ୍ରଶ୍ନ ଉଠାଇଛନ୍ତି ବିରୋଧୀ। ସେହିପରି ହୋଟେଲରେ ରହିବା ଖର୍ଚ୍ଚ ରାଜ୍ୟ ପର୍ଯ୍ୟଟନ ନିଗମ ବହନ କରିଛି ନା ଆଉ କିଏ ତାହା ମନ୍ତ୍ରୀ ସ୍ପଷ୍ଟ କରନ୍ତୁ ବୋଲି କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.