ନିରବି ଯାଇଛି ବାଦ୍ୟଯନ୍ତ୍ରର ଶବ୍ଦ, ହାତ ବାନ୍ଧି ବସିଛନ୍ତି ଲାଇଟ ଏଣ୍ଡ ସାଉଣ୍ଡ ଓ ମଣ୍ଡପ ମାଲିକ

ଫୁଲବାଣୀ : କରୋନା ଆତଙ୍କରେ ସାରା ବିଶ୍ଵ ଭୟଭୀତ । କରୋନା ଅନେକଙ୍କ ଜୀବନ ଜୀବିକା ଛଡେଇ ନେଇଛି । ନା ମିଳୁଛି କାମ ନା ପାଉଛନ୍ତି ପାରିଶ୍ରମିକ। ଲକଡାଉନ ଏବଂ କରୋନାର ପ୍ରଭାବ ବେଶୀ ଦିନ ମଜୁରିଆ ଏବଂ ଶ୍ରମିକ ଶ୍ରେଣୀର ଲୋକଙ୍କ ଉପରେ ପଡିଛି। ଏହାଛଡା ଯେଉଁମାନଙ୍କର କୌଳିକ ବୃତ୍ତି ରହିଛି, ସେମାନେ ତ ଏକ ପ୍ରକାର ହାତବାନ୍ଧି ରହିଛନ୍ତି।

କନ୍ଧମାଳ ଜିଲାରେ ସାଧାରଣତଃ ବିବାହ ଉତ୍ସବରେ ହେଉ କି କୌଣସି ଶୁଭ କାମରେ ହେଉ ପାରମ୍ପରିକ ବାଦ୍ୟର ଆବଶ୍ୟକ ପଡିଥାଏ । ବର୍ତ୍ତମାନ ଏହି କରୋନା ଭୂତାଣୁର ଭୟରେ ବିବାହ ଉତ୍ସବକୁ ବନ୍ଦ କରିଛନ୍ତି ରାଜ୍ୟ ସରକାର । ବାଜୁନାହିଁ ପାରମ୍ପରିକ ବାଦ୍ୟ ଯନ୍ତ୍ର, ନିରବ ହୋଇଯାଇଛି ତାର ଶବ୍ଦ । ଏହି ବାଦ୍ୟ ବଜେଇ ନିଜ ଘରକୁ ଚଳଉ ଥିବା ବାଦ୍ୟ କଳାକାର ବର୍ତ୍ତମାନ ସଙ୍କଟରେ । ନା ମିଳୁଛି ବିବାହ ଉତ୍ସବର ଅର୍ଡର ନା ପାଉଛନ୍ତି ପାରିଶ୍ରମିକ। ଦୁଃଖରେ ବିତୁଛି ଏମାନଙ୍କ ଜୀଵନ ।

MANDAPA-1

କନ୍ଧମାଳ ଜିଲ୍ଲାର ଫୁଲବାଣୀ ସହରରେ ପ୍ରାୟତ ଛୋଟ ବଡ଼ ମିଶେଇ ୬ ରୁ ୭ ଟି କଲ୍ୟାଣ ମଣ୍ଡପ ରହିଛି । କିନ୍ତୁ ଏବେ ଏହା କୌଣସି କାର୍ଯ୍ୟକ୍ରମ ରେ ଲାଗୁନାହିଁ ସମସ୍ତ ମଣ୍ଡପ ମାଲିକଙ୍କ ସହ ଲାଇଟ ଏଣ୍ଡ ସାଉଣ୍ଡ ମାଲିକଙ୍କ ବ୍ୟବସାୟ ଠପ ହେଇଯାଇଛି। ଏହି କରୋନା ମହାମାରୀ ଆତଙ୍କରେ ସତେ ଯେମିତି ଲିଭିଯାଇଛି ଲାଇଟ ଏଣ୍ଡ ସାଉଣ୍ଡ ମାଲିକଙ୍କ ଝିଲ ମିଲ ଆଲୋକ ।

4

ବିବାହ ଉତ୍ସବ ସମୟରେ କେତେ ଭଳିକି ଭଳି ଆଲୋକରେ ସଜା ହୋଇଥାଏ ବିବାହ ମଣ୍ଡପ ସହ ବିବାହ ଉତ୍ସବ ହେଉଥିବା ଘରକୁ ମଧ୍ୟ । କିନ୍ତୁ ଆଜି ଦେଖିବା ପାଇଁ ମିଳୁନାହିଁ ରଙ୍ଗୀନ ଲାଇଟର ଝଲକ ବନ୍ଦ ହୋଇଛି ବିବାହମଣ୍ଡପ ସହ ଲାଇଟ ଏଣ୍ଡ ସାଉଣ୍ଡ ବ୍ୟବସାୟ। ପ୍ରଶାସନର ନିର୍ଦେଶକୁ ମାନି ମାଲିକ ମାନେ ବନ୍ଦ ରଖିଛନ୍ତି ନିଜ ନିଜ କଲ୍ୟାଣ ମଣ୍ଡପ ସହ ଲାଇଟ ଏଣ୍ଡ ସାଉଣ୍ଡ ବ୍ୟବସାୟକୁ। ଏବେ ପ୍ରଶ୍ନ କେବେ ହଟିବ ଲକଡାଉନ, କେବେ ହେବ କରୋନା ମୁକ୍ତ, କେବେ ମିଳିବ ରୋଜଗାର ?

LIGHT N SOUND

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.