Below header

ତ୍ରିପୁରାରେ ଫସି ରହିଥିବା ଫେରିବାଲା ଦମ୍ପତି ନିଜ ନବଜାତକର ନାଁ ରଖିଲେ ‘ଲକଡାଉନ’, କହିଲେ, ‘ଏହି ସମୟକୁ କେବେ ବି ଭୁଲି ପାରିବୁନି’

କରୋନା ଭାଇରସ ମହାମାରୀ ଯୋଗୁ ଦେଶରେ ଏବେ ଲକଡାଉନ ଲାଗୁ ହୋଇଛି। କେହି କୁଆଡେ ଯାଇପାରୁ ନାହାନ୍ତି। ଏହି ସମୟରେ ତ୍ରିପୁରାରେ ଏକ ରାଜସ୍ଥାନୀ ଦମ୍ପତି ଫସିରହିଛନ୍ତି। ତେବେ ସବୁଠାରୁ ଭିନ୍ନ କଥା ହେଉଛି, ଦମ୍ପତି ଏଭଳି ଲକଡାଉନ ପରିସ୍ଥିତିରେ ନିଜ ନବଜାତକର ନାଁ ‘ଲକଡାଉନ’ ରଖିଛନ୍ତି।

34

ସଞ୍ଜୟ ବାଉରୀ ନାମକ ବ୍ୟକ୍ତି କହିଛନ୍ତି, ‘ସେ ଏବଂ ତାଙ୍କ ଗର୍ଭବତୀ ସ୍ତ୍ରୀ ମଞ୍ଜୁ 6 ମାସ ପୂର୍ବରୁ ରାଜସ୍ଥାନର ଦୌସା ଜିଲ୍ଲାରୁ ଖେଳଣା, ଷ୍ଟିଲ ବାସନ ଏବଂ ପ୍ଲାଷ୍ଟିକ ସାମଗ୍ରୀ ଧରି ଅଗରତାଲା ଆସିଥିଲେ’। ସେ ଗଣମାଧ୍ୟମକୁ କହିଛନ୍ତି ଯେ ‘ମୋ ସ୍ତ୍ରୀ 6 ମାସ ପୂର୍ବରୁ ଏଠାରେ ରାଜକୀୟ ଇନ୍ଦିରା ଗାନ୍ଧୀ ମେମୋରିଆଲ ହସ୍ପିଟାଲରେ ଏକ ଶିଶୁକୁ ଜନ୍ମ ଦେଇଥିଲେ। ଆମେ ଏହାକୁ ‘ଲକଡାଉନ’ ନାଁ ଦେଇଥିଲୁ। ୟେ ଆମକୁ ସେହି ସମୟର ସବୁ ଅସୁବିଧାକୁ ମନେ ପକାଇଦେବ’।raja

66

ବିହାର, ଉତ୍ତର ପ୍ରଦେଶ ଏବଂ ରାଜସ୍ଥାନରୁ ତ୍ରିପୁରା ଆସିଥିବା ବାଉରୀ ଦମ୍ପତିଙ୍କ ଭଳି କିଛି ଫେରିବାଲା ଏବେ ଲକଡାଉନ ଯୋଗୁ ଉତ୍ତର-ପୂର୍ବ ରାଜ୍ୟରେ ଫସି ରହିଛନ୍ତି। ଦମ୍ପତିଙ୍କ କହିବା ଅନୁଯାୟୀ, ସରକାରୀ ରେଲୱେ ପୋଲିସ ଯବାନମାନେ ପ୍ରବାସୀମାନଙ୍କ ପାଇଁ ପଶ୍ଚିମ ତ୍ରିପୁରା ଜିଲ୍ଲାର ଦୁଇଟି ସ୍କୁଲରେ ଭୋଜନ ଏବଂ ଆଶ୍ରୟର ବ୍ୟବସ୍ଥା କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.