ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୧୫ହଜାର ଟଙ୍କା ଦାନ କଲେ ବରିଷ୍ଠ ନାଗରିକ, କହିଲେ ବର୍ତ୍ତମାନ ସମୟରେ ସରକାରକୁ ସାହାଯ୍ୟ କରିବା ଆମର କର୍ତ୍ତବ୍ୟ

ଚାନ୍ଦବାଲି : ଚାକିରୀ ସମୟ ଭିତରେ ସରକାର ଦରମା ଆକାରରେ ମତେ ଟଙ୍କା ପ୍ରଦାନ କରି ଚାଲିଥିଲେ । ସେଥିରେ ମୋ ପରିବାର ଚଳୁଥୁଲା । ପରେ ପେନସନ ଦେଲେ। ବର୍ତ୍ତମାନ ସମୟରେ ଆମର କର୍ତ୍ତବ୍ୟ ସରକାରକୁ ଆମେ ସାହାଯ୍ୟ କରିବା ତେଣୁ ମୁଁ ମୋର ପେନସନ ଟଙ୍କା ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଦାନ କଲି । ଏମିତି କହି ଭଦ୍ରକ ଜିଲ୍ଲା ଧାମରା ଅଞ୍ଚଳର କୃଷ୍ଣଚନ୍ଦ୍ର ଦିବେଦୀ ନାମକ ଜଣେ ୭୦ବର୍ଷର ବରିଷ୍ଠ ନାଗରିକ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୧୫ହଜାର ଟଙ୍କା ପ୍ରଦାନ କରିଛନ୍ତି ।ଏହି ଟଙ୍କା ମହାମାରୀ କରୋନା ରୋଗୀଙ୍କ ସେବାରେ ଲାଗିପାରିବ ତେଣୁ ଚାନ୍ଦବାଲି ତହସିଲଦାରଙ୍କ ମାଧ୍ୟମରେ ସେ ଏହି ଟଙ୍କା ପ୍ରଦାନ କରିଛନ୍ତି । ଚାନ୍ଦବାଲି ତହସିଲଦାରଙ୍କ ବରିଷ୍ଠ ନାଗରିକଙ୍କୁ ଧନ୍ୟବାଦ ପ୍ରଦାନ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.