Below header

No Coronavirus : କରୋନାକୁ ହରାଇଲା ଗୋଆ, ହୋଇପାରେ ଜିରୋ କେସ ଷ୍ଟେଟ

‘କରୋନା ଭାଇରସ’ ଯେଉଁଠି ଧୀରେ ଧୀରେ ସାରା ଭାରତରେ ନିଜ କାୟା ବିସ୍ତାର କରିଚାଲିଛି, ସେଇଠି ଗୋଆ ରାଜ୍ୟ ଏହି ମହାମାରୀ କିଲର ଭାଇରସ ଠାରୁ ସମ୍ପୂର୍ଣ୍ଣ ଭାବେ ମୁକ୍ତ ହୋଇଯାଇଛି। ବର୍ତ୍ତମାନ ଅଫିସିଆଲ ଭାବରେ ଗୋଆ କରୋନା ମୁକ୍ତ ହୋଇସାରିଛି। ଜିରୋ କୋଭିଡ଼ କେସ ଷ୍ଟେଟ ହେଲା ଗୋଆ। ରାଜ୍ୟର ୭ ଜଣ କରୋନା ସଂକ୍ରମିତ ପୂରାପୁରି ଭାବେ ଠିକ ହୋଇ ବା ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହୋଇସାରିଛନ୍ତି। ୧୫ ଏପ୍ରିଲ ପର୍ଯ୍ୟନ୍ତ ୬ କରୋନା ପଜିଟିଭ ରୋଗୀ ସୁସ୍ଥ ହୋଇଥିଲେ। ଏବଂ ଅନ୍ୟ ଜଣେ ରୋଗୀଙ୍କର କରୋନା ଟେଷ୍ଟ ରିପୋର୍ଟ ଗତକାଲି ନେଗେଟିଭ ଆସିଲା।

korona୩ ଏପ୍ରିଲ ପର ଠାରୁ ଏଠାରେ କରୋନା ଭାଇରସର କୌଣସି ମାମଲା ସାମ୍ନାକୁ ଆସିନାହିଁ। ଗୋଆର ଏହି ଉପଲବ୍ଧି ଏଥିପାଇଁ ବଡ କାରଣ ଏହା ଏମିତି ଏକ ରାଜ୍ୟ ଯେଉଁଠି ବିଦେଶୀ ପର୍ଯ୍ୟଟକଙ୍କ ଆସର ଜମିଥାଏ। ଆଉ ସବୁଠାରୁ ଖାସ କଥା ହେଉଛି ପଡୋଶୀ ରାଜ୍ୟ ମହାରାଷ୍ଟ୍ରରେ କରୋନା ଭାଇରସ ସଂଖ୍ୟା ସାରା ଦେଶରେ ସବୁଠାରୁ ଅଧିକ ରହିଛି। ସେଠି ତାର ଅତି ନିକଟତର ରାଜ୍ୟ ହୋଇ ସୁଦ୍ଧା ଗୋଆ କେମିତି ଜିରୋ କରୋନା କେସରେ ସମ୍ଭବ ହେଲା ଆସନ୍ତୁ ଜାଣିବା।

raneସ୍ୱାସ୍ଥ୍ୟ ମନ୍ତ୍ରୀ ବିଶ୍ଵଜିତ ରାଣେ କହିଛନ୍ତି ଯେ, ‘ଯେତେବେଳେ କରୋନା ଭାଇରସ ମାମଲା ଅଲଗା ଅଲଗା ରାଜ୍ୟରେ ଗୋଟେ ଦୁଇଟା ଆସିବା ଆରମ୍ଭ ହେଲା ସେତେବେଳେ ଆମେ ଆଲର୍ଟ ହୋଇଯାଇଥିଲୁ। କର୍ଣ୍ଣାଟକ, ମହାରାଷ୍ଟ୍ର ଏବଂ କେରଳରେ କରୋନା ମାମଲା ଆସିବା ପରେ ହିଁ ଆମେ ରାଜ୍ୟର ବୋର୍ଡରକୁ ସିଲ କରିଦେଇଥିଲୁ। ଏହାଛଡା ଆମେ ସାଧାରଣ ଲୋକ ଏବଂ ଡ଼ାକ୍ତରଙ୍କ ମଧ୍ୟରେ ସମ୍ପର୍କକୁ କମ କରିଦେଲୁ କାରଣ ଆମେ ସର୍ବ ପ୍ରଥମେ ଆମର ଫ୍ରଣ୍ଟଲାଇନ ଯୋଦ୍ଧା ଡ଼ାକ୍ତରଙ୍କୁ ପୂରା ସୁରକ୍ଷିତରେ ରଖିବାକୁ ଚାହୁଁଥିଲୁ। ଏଥିପାଇଁ ପ୍ରଥମେ ଆମେ ମେଡିକାଲର ଓପିଡ଼ିକୁ ବନ୍ଦ କରିଦେଲୁ ଏବଂ କେବଳ ଏମରଜେନ୍ସି ସେବା ଜାରି ରଖିଥିଲୁ।’

goaଏହା ବ୍ୟତୀତ ସେ ଜଣାଇଛନ୍ତି ଯେ ଟେକ୍ନୋଲୋଜି ଦ୍ୱାରା ମଧ୍ୟ ଲୋକଙ୍କ ସ୍ୱାସ୍ଥ୍ୟ ବିଷୟରେ ଖବର ରଖାଯାଉଥିଲା। ଗୋଆ ଦେଶର ପ୍ରଥମ ରାଜ୍ୟ ଯିଏକି ହ୍ଵାଟ୍ସଆପରେ ଚାଟବୋଟ ଆରମ୍ଭ କରିଥିଲା ଏବଂ ୭-୮ ପ୍ରଶ୍ନର ଉତ୍ତର ଦେଇ ସବୁ ଲୋକ ଘର ରହି ଆକ୍ସେସ କରିପାରୁଥିଲେ ଯେ ସେମାନଙ୍କ ଠାରେ କରୋନା ଲକ୍ଷଣ ଅଛି ନା ନାହିଁ। ଏହାଛଡା କଲଡକ ସେବା ଆରମ୍ଭ କରାଯାଇଥିଲା, ଯାହାଦ୍ୱାରା କୌଣସି ସମସ୍ୟା ଅନୁଭବ କଲେ କଲ କରି ଚିକିତ୍ସକଙ୍କ ପରାମର୍ଶ ନେଇପାରିବେ।

ଗୋଆ ହୋଇପାରେ ପ୍ରଥମ ଗ୍ରୀନ ଜୋନ ଷ୍ଟେଟ

ଯେଉଁ ଅଞ୍ଚଲକରେ କରୋନା ଭାଇରସ ମାମଲା ନ ବାହାରିବା, ସେହି ଅଞ୍ଚଳକୁ ଗ୍ରୀନ ଜୋନ ଘୋଷିତ କରାଯାଇପାରେ ଏବଂ ଲକଡାଉନରୁ ମୁକ୍ତି ମଧ୍ୟ ମିଳିପାରେ।

baga

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.