Below header

ସଙ୍କଟରେ ସଙ୍ଖାରୀ ସମ୍ପ୍ରଦାୟର କୌଳିକ ବୃତ୍ତି: କରୋନା ଛଡାଇ ନେଇଛି ଏମାନଙ୍କ ପରିଚୟ, ଖାଲି ସରକାରୀ ସହାୟତାକୁ ଅପେକ୍ଷା

ଗୁଣୁପୁର: ଦିନେ ଗାଁ ଦାଣ୍ଡରେ ଝିଅ ବୋହୂମାନେ ଆନାଇ ବସୁଥିଲେ କେତେବେଳେ ଆସିବ ସଙ୍ଖାରୀ ପୁଅ । ତାଠାରୁ ଦିମୁଠା ଲାଖ ବସା ଚୁଡି କିଣିବେ। ଖାଲି ସେତିକି ନୁହେଁ ମାର୍ଗଶିର ମାସ ଆସିଲେ ଖୋଜା ପଡୁଥିଲା ସଙ୍ଖାରୀ ସମ୍ପ୍ରଦାୟର ଲାଖ କାରିଗରଙ୍କୁ । ହେଲେ ଆଜି ସେ ସବୁ ସ୍ବପ୍ନ । ଏବେ ସଙ୍କଟରେ ଏହି ସଙ୍ଖାରୀ ସମ୍ପ୍ରଦାୟର କୌଳିକ ବୃତ୍ତି । ଆଜି ପରିଚୟ ଖୋଜୁଛି ଏହି ଲାଖ ହସ୍ତଶିଳ୍ପ । ସରକାର କାରିଗରଙ୍କ ଉନ୍ନତି ପାଇଁ ଅନେକ ଯୋଜନା ତଥା  ବ୍ଯବସାୟ ପାଇଁ ଋଣ ପ୍ରଦାନ ବ୍ଯବସ୍ଥା କରିଛନ୍ତି । କିନ୍ତୁ ରାୟଗଡ ଜିଲ୍ଲା ପଦ୍ମପୁରର ଏହି ଲାଖ କାରିଗର ପରିବାରଙ୍କୁ ଦେଖିଲେ ଲାଗୁଛି ଯୋଜନା ଏମାନଙ୍କ ଠାରୁ ବହୁ ଦୁରରେ।

sankhari familyଏହି ପଦ୍ମପୁର ଗାଁରେ ବସବାସ କରନ୍ତି ୫୦ଟି ଶଙ୍ଖାରୀ ପରିବାର । ଏମାନଙ୍କର ମୁଖ୍ଯ କାମ ହେଲା ଲାଖ ହସ୍ତଶିଳ୍ପ । ବର୍ଷ ସାରା ଏମାନେ ଏହି କାମ କରିଥାନ୍ତି କିନ୍ତୁ ମାତ୍ର ଦୁଇ ମାସ ଏମାନଙ୍କର ଭଲ ବ୍ଯବସାୟ ହୋଇଥାଏ । ଗୋଟେ ହେଉଛି କାର୍ତ୍ତିକ ଏବଂ ଅନ୍ଯଟି ହେଉଛି ମାର୍ଗଶିର। ଏହି କାରିଗର ମାନେ ବଣ୍ଯ ଜାତ ଦ୍ରବ୍ଯ ଯଥା ଲାଖ, ଝୁଣା ଓ ବାଉଁଶରେ ନିର୍ମିତ ଟୋକେଇ,ନଡିଆ,ବେଲ ଓ ଗୁଆରେ ନିର୍ମିତ ବିଭିନ୍ନ ପୂଜା ସାମଗ୍ରୀ ବନାଇଥାନ୍ତି । ଯାହା ଅତି ସୁନ୍ଦର ଓ ମନଲୋଭା ହୋଇଥାଏ । ମାଣ ବସା ଗରୁବାର ପୂଜା ପାଇଁ ହେଙ୍ଗୁଳା ପେଢି,ମହାଲକ୍ଷ୍ମୀଙ୍କ ପାଇଁ ଖଟୁ ଗୁଆ ଲାନ୍ଥୀ,ନଡିଆ,ବେଲ ଲାନ୍ଥୀ ଏମିତି ଅନେକ ସାମଗ୍ରୀ ବନେଇଥାନ୍ତି । ସେ ସବୁକୁ ଗାଁକୁ ଗାଁ ବୁଲି ବିକ୍ରୟ କରି ରୋଜଗାର କରିବା ସହ ପରିବାର ପ୍ରତିପୋଷଣ କରିଥାନ୍ତି ଏହି ଲାଖ କାରିଗର ।

sankhariକିନ୍ତୁ ଏମାନଙ୍କୁ ସରକାରଙ୍କ ତରଫରୁ ସେଭଳି କୌଣସି ସୁବିଧା ସୁଯୋଗ ମିଳୁନଥିବାବେଳେ, ଏବେ କରୋନା ମାଡରେ ଏମାନେ ଭାଙ୍ଗିପଡିଛନ୍ତି । କାରଣ ଲାଖ ହସ୍ତଶିଳ୍ପୀମାନେ ନିଜର ହାତ ତିଆରି ଜିନଷ ସବୁକୁ ନିକଟରେ ଥିବା ହାଟ ଓ ଆଖ ପାଖ ଗାଁକୁ ନେଇ ବିକିବାରେ ସମସ୍ଯା ହେଉଛି । ହାଟ ବଜାର ଠିକରେ ଚାଲୁନଥିବାରୁ ଏମାନଙ୍କୁ ପରିବାର ଚଳାଇବାରେ ବେଶ୍ ସମସ୍ଯା ହେଉଛି । ଫଳରେ ଏମାନଙ୍କ ଜୀବିକା ଏବେ ସଙ୍କଟରେ ।

artଯଦି ପ୍ରଶାସନ ତରଫରୁ ଏହି ବିଲୁପ୍ତ ପ୍ରାୟ ଲାଖ କାରୀଗରଙ୍କୁ ଉଚିତ୍ ସାହାଯ୍ଯ, ସହଯୋଗ ସହ ପ୍ରୋତ୍ସାହନ ଯୋଗାଇ ଦିଆଯାଆନ୍ତା ତେବେ ଏହି କୌଳିକ ବୃତ୍ତି ବଞ୍ଚି ରହିବା ସହିତ ନୂଆ ଯୁବ କାରିଗର ଏଥିରେ ନିଜର ଭବିଷ୍ଯତ କରିପାରନ୍ତେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.