Below header

ସାବଧାନ୍ ହୋଇଯାଆନ୍ତୁ ! ରାଜ୍ୟରେ ପୁଣି ଥରେ କଡାକଡ଼ି ହେବ ଟ୍ରାଫିକ, ନିୟମ ଉଲ୍ଲଂଘନ କଲେ ମୋଟା ଅଙ୍କର ଜରିମାନା

ଭୁବନେଶ୍ୱର (କେନ୍ୟୁଜ): ରାଜ୍ୟରେ ପୁଣି ଥରେ ଟ୍ରାଫିକ ନିୟମ କଡାକଡ଼ି ହେବାକୁ ଯାଉଛି । ଏହି ସୂଚନା ଦେଇଛନ୍ତି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ଲକ୍‌ ଡାଉନ ହଟିବା ପରେ ରାଜ୍ୟରେ ହେଲମେଟ୍‌ ଚେକିଂ, ଦ୍ରୁତ ଗତିରେ ଗାଡ଼ି ଚାଳନା ଉପରେ ଯାଞ୍ଚକୁ ଗୁରୁତ୍ୱ ଦିଆଯିବ। କାରଣ ଏହି ଦୁଇମାସ ଭିତରେ ଦୁର୍ଘଟଣା ନାହିଁ କହିଲେ ଚଳେ।

କେବଳ କିଛି କାଁ ଭାଁ ଘଟଣାକୁ ବାଦ୍‌ ଦେଲେ ରାଜ୍ୟରେ ଦୁର୍ଘଟଣା ନାହିଁ। ଏହାକୁ ଦୃଷ୍ଟିରେ ରଖି ପୁଣିଥରେ ଟ୍ରାଫିକ ନିୟମକୁ କଡାକଡି କରାଯିବ ବୋଲି ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ । ଗାଡ଼ି କାଗଜପତ୍ର, ଡିଏଲ, PUCC ଆଦି ଯାଞ୍ଚ କରାଯିବ । ନିୟମ ଉଲ୍ଲଂଘନ କଲେ ମୋଟା ଅଙ୍କର ଜରିମାନା ଗଣିବେ ଗାଡ଼ି ଚାଳକ । କରୋନା ଓ ଲକ୍‌ଡାଉନ୍‌ ଯୋଗୁ ଦୁଇ ମାସ ହେବ ରାଜ୍ୟରେ ଟ୍ରାଫିକ ନିୟମ କୋହଳ ହୋଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.