Below header

ଯାଜପୁର ବିଜୁ ପଟ୍ଟନାୟକ ମାର୍ଗର ଦଶମାଣିଆ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୨ମୃତ

ଯାଜପୁର ରୋଡ୍ : ଯାଜପୁର ଜିଲ୍ଲା ଯଖପୁରା ଥାନା ବିଜୁପଟ୍ଟନାୟକ ମାର୍ଗର ଦଶମାଣିଆ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଟ୍ରଲର ସହ ବାଇକ୍‌ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ୨ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । ମୃତ ବାଇକ୍‌ ଆରୋହୀ ୨ଜଣ କଳିଙ୍ଗନଗର ଥାନା ନିମପଲ୍ଲୀ ଗ୍ରାମର ସୌମେନ୍‌ ପ୍ରସାଦ ମୁଦୁଲି ଓ ସତ୍ୟବ୍ରତ ମୁଦୁଲି ବୋଲି ଜଣାପଡିଛି। ସେହିପରି ଗୁରୁତର ଆହତ ବ୍ଯକ୍ତି ଜଣକ ସୁକିନ୍ଦା ଥାନା ହରିପୁର ଗ୍ରାମର ବ୍ରହ୍ମାନନ୍ଦ ମଲ୍ଲିକ ହୋଇଥିବା ବେଳେ ଚିକିତ୍ସା ପାଇଁ ତାଙ୍କୁ ଦାନଗଦୀ ମେଡିକାଲରେ ଭର୍ତ୍ତି କରାଯାଇଛି।

ସୂଚନା ମୁତାବକ ସୌମେନ୍‌, ସତ୍ୟବ୍ରତ ଓ ଅନ୍ଯଜଣେ ଯୁବକ ଗୋଟିଏ ବାଇକ୍‌ ରେ ଯାଉଥିବା ସମୟରେ ବ୍ରହ୍ମାନନ୍ଦ ଙ୍କ ବାଇକକୁ ଧକ୍କା ଦେଇ କଡ଼ରେ ଯାଉଥିବା ଏକ ଟ୍ରଲର ସହ ପିଟି ହୋଇଯାଇଥିଲେ। ଫଳରେ ଘଟଣାସ୍ଥଳରେ ସୌମେନ୍‌ ଓ ସତ୍ୟବ୍ରତ ଙ୍କର ମୃତ୍ୟୁ ହୋଇଥିବା ବେଳେ ତାଙ୍କ ସହିତ ଥିବା ଅନ୍ଯ ଯୁବକ ଜଣକ ବର୍ତ୍ତୀ ଯାଇଛନ୍ତି। ସେହିପରି ଅନ୍ଯ ଏକ ବାଇକରେ ଥିବା ବ୍ରହ୍ମାନନ୍ଦ ତଳେ ପଡିଯାଇ ଗୁରୁତର ଆହତ ହୋଇଛନ୍ତି। ତେବେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଗାଡି ଗୁଡିକୁ ଜବତ କରିବା ସହ ମୃତଦେହ ଉଦ୍ଧାର କରି ଘଟଣାର ତଦନ୍ତ ଆରମ୍ଭ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.