ଆଜି ରିମାଣ୍ଡର ଦ୍ୱିତୀୟ ଦିନ, ଚାକିରି ଜାଲିଆତି ନେଇ ଆକାଶଙ୍କଠାରୁ ଅଧିକ ତଥ୍ୟ ହାସଲ କରିବ କ୍ରାଇମବ୍ରାଞ୍ଚ

ଭୁବନେଶ୍ବର: ପାଞ୍ଚ ଦିନିଆ ରିମାଣ୍ଡରେ ଆକାଶ ପାଠକ । ଆଜି ଦ୍ୱିତୀୟ ଦିନରେ ଆକାଶଙ୍କୁ ପଚରାଉଚରା କରିବ କ୍ରାଇମବ୍ରାଞ୍ଚ । ଚାକିରି ଜାଲିଆତି ନେଇ ଅଧିକ ତଥ୍ୟ ହାସଲ କରିବ ।

ଗତକାଲି ଅଭୟ ଓ ଆକାଶଙ୍କୁ ଭୁବନେଶ୍ୱର ଏସଡିଜେଏମ୍‌ କୋର୍ଟରେ ହାଜର ପରେ ଆକାଶଙ୍କୁ ୫ ଦିନିଆ ରିମାଣ୍ଡରେ ନେଇଥିଲା କ୍ରାଇମବ୍ରାଞ୍ଚ । ପୂର୍ବରୁ ପାଠକ ବାପା-ପୁଅଙ୍କୁ ରିମାଣ୍ଡରେ ନେଇ ଜେରା କରିଥିଲା ଭିଜିଲାନ୍ସ ।

ସେପଟେ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଦୁର୍ନୀତିର ତଦନ୍ତ କରିବ ଭିଜିଲାନ୍ସ । ଦୁଇ ମାସ ଭିତରେ ତଦନ୍ତ ସାରି ରିପୋର୍ଟ ଦେବାକୁ ଭିଜିଲାନ୍ସ ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଓଡ଼ିଶା ଲୋକାୟୁକ୍ତ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.