ସରକାରୀ କର୍ମଚାରୀ ପିନ୍ଧିପାରିବେନି ଟି-ସାର୍ଟ, ଜିନସ୍ ଏବଂ ସ୍ଲିପର : ନିର୍ଦ୍ଦେଶନାମା ଜାରି କଲା ମହାରାଷ୍ଟ୍ର ସରକାର

ମହାରାଷ୍ଟ୍ର : ସରକାରୀ କର୍ମଚାରୀଙ୍କ ପାଇଁ ଲାଗୁ ହେବ ଡ୍ରେସ କୋଡ । ପିନ୍ଧି ପାରିବେନି ଟି-ସାର୍ଟ, ଜିନସ୍‌ । ଏମିତିକି ସ୍ଲିପର ପିନ୍ଧି ଅଫିସକୁ ଆସିପାରିବେନି କର୍ମଚାରୀ । ଏଭଳି ନିର୍ଦ୍ଦେଶନାମା ଜାରି କରିଛନ୍ତି ମହାରାଷ୍ଟ୍ର ସରକାର । ଏହାସହ ସପ୍ତାହର ଗୋଟିଏ ଦିନ ଖଦି ଡ୍ରେସ ପିନ୍ଧିବାକୁ ନିର୍ଦ୍ଦେଶ ଦିଆଯାଇଛି । ଶୁକ୍ରବାର ଦିନ ସରକାରୀ କର୍ମଚାରୀ ଖଦି ବସ୍ତ୍ର ପିନ୍ଧିବେ ।

ସେହିଭଳି ମହିଳା ମାନେ ଶାଢୀ, ସାଲଓ୍ଵାର, କୁର୍ତ୍ତା, ଟ୍ରାଉଜର ପ୍ୟାଣ୍ଟ ଓ ସାର୍ଟ ପିନ୍ଧି ଅଫିସରେ କାମ କରିବେ । ଏହାସହ ଓଢ଼ଣୀ ପିନ୍ଧିବେ ମହିଳା କର୍ମଚାରୀ । ଏନେଇ ମହାରାଷ୍ଟ୍ରର ସମସ୍ତ ସରକାରୀ ବିଭାଗକୁ ଚିଠି ଲେଖାଯାଇଛି । କଣ୍ଟ୍ରାକଚୁଆଲ କର୍ମଚାରୀ ଅନେକ ସମୟରେ ଜିନ୍ସ ଓ ଟି ସାର୍ଟ ପିନ୍ଧି କାମ କରୁଛନ୍ତି । ଯାହାକୁ ମହାରାଷ୍ଟ୍ର ସରକାର ବାରଣ କରିଛନ୍ତି ।

ଏଭଳି ଡ୍ରେସ ଦ୍ୱାରା ଅନେକ ସମୟରେ ସରକାରୀ କର୍ମଚାରୀ ସାଧାରଣ ଲୋକ ଖରାପ ନଜରରେ ଦେଖୁଛନ୍ତି । ସାଧାରଣ ନାଗରିକ ସରକାରୀ କର୍ମଚାରୀଙ୍କଠାରୁ ଭଲ ବ୍ୟବହାର ଓ ଭଦ୍ର ବ୍ୟକ୍ତିତ୍ୱ ଆଶା କରୁଛନ୍ତି । ସଫାସୁତୁରା ନ ରହିବା ଫଳରେ କାମ ଉପରେ ମଧ୍ୟ ପ୍ରଭାବ ପଡୁଥିବା ଚିଠିରେ ଲେଖାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.