ପାରାଦୀପ ନେହେରୁ ବଙ୍ଗଳା ମୁହାଣରେ ବୁଡିଗଲା ଟ୍ରଲର: ଜଣେ ମତ୍ସ୍ୟଜୀବୀ ମୃତ, ଜଣେ ନିଖୋଜ

ପାରାଦୀପ: ପାରାଦୀପରେ ଟ୍ରଲର ବୁଡ଼ି ଜଣେ ମତ୍ସ୍ୟଜୀବୀ ମୃତ, ଜଣେ ନିଖୋଜ । ଆଜି ସକାଳୁ ଲାଇଟ ହାଉସ୍ ସମୁଦ୍ର ନିକଟରୁ ବଟକୃଷ୍ଣ ମଲ୍ଲିକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଅନ୍ୟଜଣେ ମତ୍ସ୍ୟଜୀବୀ ଲକ୍ଷ୍ମୀକାନ୍ତ ଦାସ ଏବେ ବି ନିଖୋଜ ଅଛନ୍ତି । ଗତକାଲି ପାରାଦୀପ ନେହେରୁ ବଙ୍ଗଳା ମୁହାଣରେ ମା’ ଝାଡୁଆ ଟ୍ରଲର ମାଛ ଧରି ଫେରୁଥିବା ବେଳେ ବୁଡି ଯାଇଥିଲା । ୨ ଜଣଙ୍କୁ ମେରାଇନ ପୋଲିସ ଓ ସ୍ଥାନୀୟ ମତ୍ସ୍ୟଜୀବୀ ଉଦ୍ଧାର କରିଥିବା ବେଳେ ୩ ଜଣ ନିଖୋଜ ଥିଲେ । ରାତି ୮ଟା ବେଳେ ଡ୍ରମଧରି ଭାସୁଥିବା ବେଳେ ସନ୍ତୋଷ ଦାସଙ୍କୁ ଉଦ୍ଧାର କରିଛି ଅନ୍ୟ ଏକ ବୋଟ୍ । ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.