Below header

ଜିନ୍‌ପିଙ୍ଗଙ୍କ ଭାରତ ଗସ୍ତ ପୂର୍ବରୁ କଥା ବଦଳାଇଲା ଚୀନ୍‌

କଥା ବଦଳାଇଲା ଚୀନ୍ । ଆପୋଷ ଆଲୋଚନା ମାଧ୍ୟମରେ କାଶ୍ମୀର ପ୍ରସଙ୍ଗକୁ ଭାରତ ଓ ପାକିସ୍ତାନ ସମାଧାନ କରିବା ଉଚିତ୍ । କାଶ୍ମୀର ବିଷୟ ଭାରତ ଓ ପାକିସ୍ତାନର ଦ୍ୱିପାକ୍ଷିକ ବିଷୟ । ଗତକାଲି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ୍ ଖାନ୍ ଚୀନ୍ ପହଞ୍ଚିଥିଲେ । ଆସନ୍ତା ଅକ୍ଟୋବର ୧୧ ଓ ୧୨ରେ ଭାରତ ଗସ୍ତରେ ଆସୁଛନ୍ତି ଚୀନ୍ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ । ଏହାପୂର୍ବରୁ ବେଜିଂରେ ଚୀନ ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ଜେଙ୍ଗ ହୁଆଙ୍ଗ କହିଛନ୍ତି ଯେ, ଭାରତ ଓ ପାକିସ୍ତାନ ଆଲୋଚନା ଟେବୁଲକୁ ଫେରିବା ଆବଶ୍ୟକ। ଏହାସହ ଉଭୟ ଭାରତ ଓ ପାକିସ୍ତାନ ପରସ୍ପର ଭରସା ଜିତିବା ପାଇଁ କାମ କରିବା ଉଚିତ୍ ବୋଲି ଚୀନ୍ କହିଛି। ଜମ୍ମୁକାଶ୍ମୀରରୁ ୩୭୦ଧାରା ଉଛେଦ ପରେ ପାକିସ୍ତାନ ଏହାକୁ ଅନ୍ତର୍ଜାତୀୟ ପ୍ରସଙ୍ଗ କରିବାକୁ ଜୋରଦାର ପ୍ରୟାସ କରୁଛି । ଆଉ ଏଥିରେ ପାକିସ୍ତାନକୁ ସହାୟତା ଦେଇଆସିଛି ଚୀନ୍ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.