Below header

ଝାରସୁଗୁଡାରୁ ବସୁନ୍ଧରା ଯାଉଥିବା କୋଇଲା ବୋଝଇ ଟ୍ରେନ ଲହଣ୍ଡାବୁଡରେ ଲାଇନଚ୍ୟୁତ

ଝାରସୁଗୁଡା(କେନ୍ୟୁଜ୍): ପୁଣି ମାଲବାହୀ ଟ୍ରେନ ଲାଇନଚ୍ୟୁତ । ଝାରସୁଗୁଡାରୁ ବସୁନ୍ଧରା ଯାଉଥିବା କୋଇଲା ବୋଝଇ ଟ୍ରେନ ଲହଣ୍ଡାବୁଡରେ ଲାଇନଚ୍ୟୁତ ହୋଇଛି । ଟ୍ରେନର ୪ଟି ଡବା ଲାଇନଚ୍ୟୁତ ହୋଇଥିବା ବେଳେ ଗୋଟିଏ ଡବା ଲାଇନରୁ ବାହାରିଛି । ଟ୍ରେନଟି ଟ୍ରାକରେ ଅଟକି ରହିଥିବାରୁ ଏହି ରୁଟ ଦେଇ ରେଳ ଚଳାଚଳ ବନ୍ଦ ରହିଛି । ରେଳ ବିଭାଗ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ରେଳ ଲାଇନରେ ବାରମ୍ବାର ଲାଇନଚ୍ୟୁତ ହେଉଥିବାରୁ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି । ପୂର୍ବରୁ ରାଜପୁରରେ ରେଳ ଟ୍ରାକରୁ ମାଲବାହୀ ଟ୍ରେନ ଲାଇନଚ୍ୟୁତ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.