Below header

କ’ଣ ରାଜସ୍ଥାନରେ ହୋଇଛି ‘କଙ୍କଡ଼ା ବିଛା ବର୍ଷା’! ଜାଣନ୍ତୁ ସତ

ସୋସିଆଲ ମିଡିଆରେ କଙ୍କଡ଼ା ବିଛା ଭିଡିଓ ଖୁବ୍‌ ଭାଇରାଲ ହେବାରେ ଲାଗିଛି। କୁହାଯାଉଛି କି, ରାଜସ୍ଥାନର ଏକ ଗାଁରେ ଏହି କଙ୍କଡ଼ା ବିଛା ବର୍ଷା ହୋଇଥିଲା। କେତେଜଣ ୟୁଜର ଏହି ଭିଡିଓକୁ ଫେସବୁକ୍‌ ଏବଂ ଟୁଇଟରରେ ସେୟାର କରିଛନ୍ତି। ଫେସ୍‌ବୁକ ୟୁଜର ସୁରେଶ ପାଲିଓ୍ଵାଲ୍‌ ୧୪ ସେକେଣ୍ଡର ଏକ ଭିଡିଓ ସେୟାର କରି କ୍ୟାପସନ ଲେଖିଛନ୍ତି, ‘ରାଜସ୍ଥାନର ଏକ ଗାଁରେ କଙ୍କଡ଼ା ବିଛା ବର୍ଷା ହୋଇଛି, ଦେଖି ନିଅନ୍ତୁ’। ଏହି ଭିଡିଓରେ ଅନେକ କଙ୍କଡ଼ା ବିଛା ଗୋଟିଏ ଜାଗାରେ ଏକାଠି ନଜର ଆସୁଛନ୍ତି। ଭିଡିଓକୁ ଏ ପଯ୍ୟର୍ନ୍ତ ୧.୫ ନିୟୁତ ଲୋକ ଦେଖିସାରିଲେଣି ଏବଂ ୪୭ ହଜାର ସେୟାର ହୋଇଛି।

bichha1

କିନ୍ତୁ ଯେତେବେଳେ ଏକ ଗଣମାଧ୍ୟମ ଦ୍ୱାରା ଘଟଣା ବିଷୟରେ ଯାଞ୍ଚ କରାଯାଇଥିଲା, ସେତେବେଳେ ପ୍ରକୃତ କଥା ସାମ୍ନାକୁ ଆସିଥିଲା। ୨୦୧୯ ଅଗଷ୍ଟ ମାସରେ ଗୁଜରାଟର ଅହମ୍ମଦାବାଦ ଜିଲା ଆନନ୍ଦପୁର ଗାଁରେ ଏହି ଘଟଣା ଘଟିଥିଲା। ପ୍ରବଳ ବର୍ଷା ପରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା। ବନ୍ୟପ୍ରାଣୀ ବିଶେଷଜ୍ଞଙ୍କ ମୁତାବକ, କଙ୍କଡ଼ା ବିଛା ଥଣ୍ଡା ରକ୍ତ ଥିବା ସରୀସୃପ ଅଟେ, ଯାହା ଗରମ ପାଇବା ପାଇଁ ଗହୀର ବିଲର ଭୂମି ତଳେ ରହିଥାଏ। କିନ୍ତୁ ବର୍ଷାଦିନେ ଯେବେ ଏହି ବିଲଗୁଡ଼ିକରେ ପାଣି ପଶିଯାଏ, ସେତେବେଳେ କଙ୍କଡ଼ା ବିଛା ନିଜ ଜୀବନ ବଞ୍ଚାଇବା ପାଇଁ ଭୂମି ଉପରକୁ ଉଠିଆସନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.