ଏମିତି ଏକ ରହସ୍ୟମୟ କୂଅ, ଯାହାର ପାଣି ସବୁ କିଛି କରିଦେଇଥାଏ ପଥର

ଇଂଲଣ୍ଡ: ଆଜି ଆମେ ଆପଣଙ୍କୁ ଏମିତି କିଛି ସୂଚନା ଦେବାକୁ ଯାଉଛୁ ଯାହାକୁ ଜାଣିବାପରେ ଆପଣ ସହଜରେ ଏହାକୁ ବିଶ୍ୱାସ କରିବେ ନାହିଁ। ଆଜ୍ଞା ହଁ କଥାଟି ହେଉଛି ଇଂଲଣ୍ଡର ନିଡ୍‌ ନଦୀ ପାଖରେ ଏକ ଏମିତି କୂଅ ରହିଛି ଯାହାର ପାଣିକୁ ଛୁଇଁବା କ୍ଷଣି ସବୁ ଜିନିଷ ପଥର ପାଲଟିଯାଉଛି । ଏହି ରହସ୍ୟ ଯାହାର ଆଜି ଯାଏ କୌଣସି ସମାଧାନ ହୋଇପାରିନାହିଁ ।

ଯେକୌଣସି ଜିନିଷ କୂଅର ପାଣି ଭିତରେ ପଡିଯାଇଥାଏ ତାହା ପଥର ହୋଇଯାଇଥାଏ । ଏଠାରେ ଏମିତି ମଧ୍ୟ ଦେଖିବାକୁ ମିଳିଛି ଯେ ପ୍ଳାଷ୍ଟିକ୍‌ ବୋତଲ,ପତ୍ର,କାଠ ଆଦି ବିଭିନ୍ନ ଜିନିଷ କୂଅରେ ପଡିବା କ୍ଷଣି ତାହା ପଥର ପାଲଟିଯାଉଛି । ଏପରି ହେବା ଦ୍ୱାରା ଲୋକେ ଖୁବ୍‌ ଭୟ ଓ ଆଶଙ୍କା ଭିତରେ ରହୁଛନ୍ତି । ଯଦି କୌଣସି ମଣିଷ ଉକ୍ତ ପାଣି ସଂସ୍ପର୍ଶରେ ଆସିବ ତେବେ ପରିଣାମ କଣ ହେବ ଏହା ହିଁ ମୁଖ୍ୟ ଚିନ୍ତାର କାରଣ ପାଲଟିଛି ।

ଏହାସହ ପଢନ୍ତୁ:

IIT ବମ୍ବେ ହଷ୍ଟେଲ ଭିତରେ ପଶିଲା ଗାଈ, ଚୋବାଇ ଖାଇଗଲା ବହି

ଏହା କୌଣସି ଏକ ଅଦ୍ଭୁତ ଠାରୁ କମ୍‌ ନୁହେଁ । କାରଣ ଏହାର ପାଣିରେ ଏମିତି ଶକ୍ତି ରହିଛି ଯାହା ସଂସ୍ପର୍ଶରେ ଆସିବା କ୍ଷଣି ସବୁ କିଛି ପଥର ପାଲଟିଯାଇଥାଏ । ଯେବେ ବୈଜ୍ଞାନିକ ଏହାର ଯାଞ୍ଚ ପ୍ରକ୍ରିୟା ଆରମ୍ଭ କଲେ ସେ କହିଥିଲେ କି ଏଥିରେ ଏମିତ କିଛିି ତତ୍ତ୍ୱ ମିଳିଛି ଯାହା ଦ୍ୱାରା କୌଣସି ବସ୍ତୁ ସ୍ପର୍ଶ କରୁ କରୁ ତାହା ପଥର ପାଲଟି ଯାଉଛି । କିଛି ଲୋକେ ଏହାକୁ ଚମତ୍କାରୀ କୂଅ ଏବଂ କେହି ଏହି ପାଣିରେ କୌଣସି ଦେବୀ ଶକ୍ତି ଥିବାର କହୁଛନ୍ତି ।

ଦିନକୁ ଦିନ ଏହି ସ୍ଥାନ ଏକ ପ୍ରକାରର ପର୍ଯ୍ୟଟନ ସ୍ଥଳୀ ଭାବେ ପରିଣତ ହେଲାଣି । କାରଣ ଲୋକେ ଏଠାକୁ ଆସି ନିଜର କିଛି ଜିନିଷକୁ କୂଅ ଭିତରେ ପକାଇ ଦେଖୁଛନ୍ତି ତାହା କିପରି ପଥର ପାଲଟିଯାଉଛି । ଏହି ସ୍ଥାନ ଇଂଲଣ୍ଡର ନିଡ୍‌ ନଦୀ ନିକଟରେ ଅବସ୍ଥିତ ।

Leave A Reply

Your email address will not be published.