‘ମୁଁ ମରିବା ବେଳେ ମୋ ଅନ୍ତିମ ଯାତ୍ରାରେ ଏହି ପୁଟୁଳିକୁ ମୋ ଛାତିରେ ରଖି ଦେବ’, ଜାଣନ୍ତୁ ଭୋଳାନାଥଙ୍କ ପ୍ରେମ କାହାଣୀ

ସାଧାରଣତଃ ପତ୍ନୀ ନିଜର ସ୍ୱାମୀଙ୍କ ଦୀର୍ଘାୟୁ କାମନା କରି ବିଭିନ୍ନ ପ୍ରକାର ଓଷାବ୍ରତ କରିଥାଏ। ସାବିତ୍ରୀ ବ୍ରତ ଠାରୁ ଆରମ୍ଭ କରି ଆଉ କେତେକ ଉପବାସ ମଧ୍ୟ ରଖିଥାଏ। କେବଳ ପତ୍ନୀ ନୁହନ୍ତି, ପତୀ ମଧ୍ୟ କେବେ କେବେ ନିଜର ପତ୍ନୀଙ୍କ ପ୍ରତି ପ୍ରେମ ନିବେଦନ କରିବାକୁ କୌଣସି ମଉକା ଛାଡନ୍ତି ନାହିଁ। କିନ୍ତୁ ବିହାରରେ ଏମିତି ଜଣେ ବ୍ୟକ୍ତି ରହିଛନ୍ତି, ଯିଏକି ନିଜର ପତ୍ନୀଙ୍କୁ କରିଥିବା ପ୍ରତିଜ୍ଞାକୁ ପାଳନ କରିବା ପାଇଁ ଦୀର୍ଘ ୨୭ ବର୍ଷ ହେବ ତାଙ୍କ ଅସ୍ଥିକୁ ସାଇତି ରଖିଛନ୍ତି।ଏଭଳି ଭଲପାଇବା ହୁଏତ ଆପଣ କେଉଁଠି ଦେଖିନଥିବେ।

rr

ବିହାରର ପୂର୍ଣ୍ଣିଆ ରୂପୋଲୀରେ ରହୁଥିବା ୮୭ ବର୍ଷୀୟ ବୃଦ୍ଧ ଭୋଳାନାଥ ଆଲୋକ ଆଜିକୁ ୨୭ ବର୍ଷ ହେଲାଣି ନିଜ ପତ୍ନୀ ପଦ୍ମାଙ୍କର ଅସ୍ଥିକୁ ରଖି ନିଜ ମୃତ୍ୟୁକୁ ଅପେକ୍ଷା କରିଛନ୍ତି। ଭୋଳାନାଥଙ୍କ ଇଚ୍ଛା ରହିଛି ଯେ ତାଙ୍କ ମୃତ୍ୟୁ ବେଳେ ମଧ୍ୟ ଅସ୍ଥି ତାଙ୍କ ସହିତ ଅନ୍ତିମ ଯାତ୍ରାରେ ଯାଉ । ଭୋଳାନାଥଙ୍କୁ ଏ ବିଷୟରେ ପଚାରିବାରୁ ସେ କହିଥିଲେ, ଦୁହିଁଙ୍କ ବିବାହ ବହୁତ କମ୍‌ ବୟସରୁ ହୋଇଯାଇଥିଲା। ଦୁହେଁ ଜୀବନରେ ଏକାଠି ବଞ୍ଚିବା ଓ ମରିବା ପାଇଁ ରାଣ ଖାଇଥିଲୁ। କିନ୍ତୁ ପତ୍ନୀଙ୍କ ମୃତ୍ୟୁ ପରେ ମୁଁ ଏକାକୀ ହୋଇଯାଇଥିଲି। ବଞ୍ଚିବା, ମରିବା କେବଳ ସେହି ପରମାତ୍ମାଙ୍କ ହାତରେ ରହିଥାଏ। ସେଥିପାଇଁ ଦୀର୍ଘ ୨୭ ବର୍ଷ ହେଲାଣି ପଦ୍ମାଙ୍କ ଅସ୍ଥିକୁ ଘରର ବଗିଚାରେ ଏକ ଗଛରେ ପୁଟୁଳି ବାନ୍ଧି କଳସ ଭିତରେ ସାଇତି ରଖିଛନ୍ତି।

book

‘ମୋ ସ୍ତ୍ରୀ ମୋ ସହିତ ନଥିଲେ କ’ଣ ହେଲା, ତାଙ୍କ ସ୍ମୃତିକୁ ମୁଁ କେବେ ଭୁଲିବାକୁ ଦେବିନି’। ମୁଁ ମରିବା ବେଳେ ମୋ ଅନ୍ତିମ ଯାତ୍ରାରେ ଏହି ପୁଟୁଳିକୁ ମୋ ଛାତିରେ ରଖି ଦେବା ପାଇଁ ମୋ ପିଲାଙ୍କୁ କହିଦେଇଛି। ନିଜ ପ୍ରତିଜ୍ଞାକୁ ପାଳନ କରିବା ପାଇଁ ମୋ ପାଖରେ ଆଉ କୌଣସି ଉପାୟ ନଥିଲା, ତେଣୁ ମୋତେ ଏହି ଉପାୟକୁ ଆପଣାଇଛି। ମୁଁ ମରିବା ପରେ ପଦ୍ମା ସହିତ ଦେଖା ହେବା ପରେ କହିବି, ମୋ ପ୍ରତିଜ୍ଞା ମୁଁ ପାଳନ କରିଛି।

88

ସୂଚନାଯୋଗ୍ୟ, ପଦ୍ମା ଈଶ୍ୱରଙ୍କୁ ବହୁତ ବିଶ୍ୱାସ କରୁଥିଲେ। ସେମାନଙ୍କ ଜୀବନ ଅତି ଉତ୍ତମ ଭାବେ କଟୁଥିବା ବେଳେ ହଠାତ୍‌ ପଦ୍ମାଙ୍କର ଦେହ ଅସୁସ୍ଥ ହୋଇଯାଇଥିଲା। ତାଙ୍କ ଉପରେ କୌଣସି ଔଷଧ କାମ କରିନଥିଲା। ଫଳରେ ତାଙ୍କର ମୃତ୍ୟୁ ହୋଇଥିଲା। ଆଜି ପର୍ଯ୍ୟନ୍ତ ଲୋକମାନଙ୍କ ମଧ୍ୟରେ ଦୁହିଁଙ୍କ ପ୍ରେମ କାହାଣୀ ଚର୍ଚ୍ଚାରେ ରହିଛି। ତାଙ୍କ ଅନ୍ତିମ ଇଚ୍ଛାକୁ ତାଙ୍କ ପୁତ୍ରମାନେ ନିଶ୍ଚିତ ପାଳନ କରିବେ ବୋଲି କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.