Below header

ରାଜ୍ୟରେ ଇନସ୍ପେକ୍ଟର ଓ ସବ୍‌ ଇନ୍‌ସ୍ପେକ୍ଟର ସ୍ତରରେ ବଦଳି କଲେ ସରକାର

ଭୁବନେଶ୍ୱର(କେନ୍ୟୁଜ୍‌) : ରାଜ୍ୟ ସରକାର ଆଜି ୧୯ ଜଣ ଇନ୍‌ସ୍ପେକ୍ଟର ଓ ସବ୍‌ ଇନ୍‌ସ୍ପେକ୍ଟର ପାହ୍ୟାର ପୋଲିସ୍‌ ଅଧିକାରୀଙ୍କୁ ବଦଳି କରିଛନ୍ତି । ଖାଲି ପଦବୀ ପୂରଣ ଓ ଅନ୍ୟାନ୍ୟ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି ବଦଳି କରାଯାଇଛି ବୋଲି ସରକାର ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି ।

ରାଜ୍ୟ ସରକାର ସବ୍‌ ଇନ୍‌ସ୍ପେକ୍ଟର ପାହ୍ୟାର ପୋଲିସ୍‌ ଅଧିକାରୀ ଦିଲ୍ଲୀପ କୁମାର ସ୍ୱାଇଁଙ୍କୁ ଗଞ୍ଜାମ, ଜୟଦେବ ବିଶ୍ୱଜିତ ଓ ନିବେଦିତା ଦାଶଙ୍କୁ କଟକ, ଜ୍ଞାନେନ୍ଦ୍ର କୁମାର ସାହୁଙ୍କୁ ପୁରୀ, ଶରତ ସାହୁ, ଭରତ ଚନ୍ଦ୍ର ସାହୁ ଓ ଯୁବରାଜ ସ୍ୱାଇଁଙ୍କୁ କମିଶନରେଟ୍‌ ପୁଲିସ୍‌, ପ୍ରଜ୍ଞା ପାରମିତା ଜେନାଙ୍କୁ ନୟାଗଡ଼, ଆଲୋକ କୁମାର ଜେନା, ସୁଶାନ୍ତ କୁମାର ମିଶ୍ର ଓ ଗୈାରାଙ୍ଗ ଚରଣ ସାହୁଙ୍କୁ ଭଦ୍ରକ, ସୁମନ୍ତ କିଷାନ୍‌ଙ୍କୁ କେନ୍ଦ୍ରାପଡ଼ା, ଭାଲେଣ୍ଟିନା ରାୟ, ଅକ୍ଷୟ କୁମାର ନାୟକ ଓ ରାମ କୁମାର ମୁର୍ମୁଙ୍କୁ ବ୍ରହ୍ମପୁର ବଦଳି କରାଯାଇଥିବା ଜଣାଯାଇଛି ।

ହିପରି କମିସନରେଟ୍‌ ପୋଲିସ୍‌ ଅଧୀନରେ କାର୍ଯ୍ୟରତ ସବ୍‌ ଇନ୍‌ସ୍ପେକ୍ଟର ଅସିତ କୁମାର ବଳବନ୍ତରାୟଙ୍କୁ କୋରାପୁଟ ଏବଂ ଦୀପକ କୁମାର ଲେଙ୍କାଙ୍କୁ ନବରଙ୍ଗପୁର ବଦଳି କରାଯାଇଛି । ଖୋର୍ଦ୍ଧାରେ କାର୍ଯ୍ୟ କରୁଥିବା ମଞ୍ଜୁଲତା ଖାଡଙ୍ଗାଙ୍କୁ ନୂଆପଡ଼ା ଓ ଭିଜିଲାନ୍ସରେ ଥିବା କମଳନୀ ତାଣ୍ଡିଙ୍କୁ ଖୋର୍ଦ୍ଧା ବଦଳି କରାଯାଇଥିବା ଜଣାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.