ଗାଡିରେ ସିଟ୍‌ ବେଲ୍ଟ ପିନ୍ଧି ନଥିବାରୁ ହଟହଟ୍ଟା ହେଲେ ଅତିରିକ୍ତ ପରିବହନ ଅଧିକାରୀ, ସୋସିଆଲ୍‌ ମିଡିଆରେ ଭିଡିଓ ଭାଇରାଲ

କେନ୍ୟୁଜ୍ : ହଟହଟ୍ଟା ହେଲେ ଅତିରିକ୍ତ ପରିବହନ ଅଧିକାରୀ । ଗାଡିରେ ସିଟ୍‌ ବେଲ୍ଟ ପିନ୍ଧିନଥିବାରୁ ପରିବହନ ଅଧିକାରୀ ଶାନ୍ତନୁ କୁମାର ପରିଡ଼ାକୁ ହଟହଟ୍ଟା ହେବାକୁ ପଡ଼ିଛି । ଜାତୀୟ ରାଜପଥରେ ଗାଡ଼ି ଯାଞ୍ଚ ସାରି ଫେରୁଥିବା ବେଳେ ନିଜେ ସିଟ୍‌ ବେଲ୍‌ଟ ପିନ୍ଧିନଥିଲେ । ଏନେଇ ସାଧାରଣ ଲୋକେ ପ୍ରଶ୍ନ କରିଥିଲେ । ଏହା ସହ ତାଙ୍କ ଡ୍ରାଇଭର ମଧ୍ୟ ସିଟ୍‌ ବେଲ୍ଟ ପିନ୍ଧିନଥିବା ଅଭିଯୋଗ ହୋଇଛି । ଏଭଳି ଅଭିଯୋଗକୁ ଏଡାଇ ଚାଲିଯାଇଥିଲେ ଅତିରିକ୍ତ ଆରଟିଓ । ଏବେ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।