Below header

ଶ୍ରୀକ୍ଷେତ୍ର ପୁରୀରେ ଜାରି ରହିଛି ଉଛେଦ ଅଭିଯାନ, ଆଜିଠୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ଅନଶନରେ ବସିବେ ମଠ ମନ୍ଦିର ସୁରକ୍ଷା ପରିଷଦ ସଭାପତି

ପୁରୀ(କେନ୍ୟୁଜ୍): ଶ୍ରୀକ୍ଷେତ୍ର ପୁରୀରେ ଜାରି ରହିଛି ଉଛେଦ ଅଭିଯାନ । ଆଜି ଦ୍ୱିତୀୟ ଦିନରେ ମଧ୍ୟ ବଡ ଆଖଡା ମଠର ଅସୁରକ୍ଷିତ କୋଠାକୁ ଭଙ୍ଗାଯାଉଛି । ଗତକାଲି ପ୍ରାୟ ୮୦ ପ୍ରତିଶତ ଉଛେଦ କାମ ଶେଷ ହୋଇଥିଲା । ଉଛେଦ ବେଳେ ମାଜିଷ୍ଟ୍ରେଟ୍‌ ଓ ବ୍ୟାପକ ପୋଲିସ ଉପସ୍ଥିତ ଅଛନ୍ତି । ତେବେ ଉଛେଦ ବେଳେ ମଠର ବିଜେ ସ୍ଥଳ, ମହନ୍ତଙ୍କ ଗାଦୀ ଓ ମନ୍ଦିରକୁ ସଂପୂର୍ଣ୍ଣ ସୁରକ୍ଷା ଦିଆଯାଇଛି । ୧୪ ଶହ ଶତାବ୍ଦୀରେ ରାମାନନ୍ଦ ପୁରୀକୁ ଆସିଥିବା ବେଳେ ପ୍ରତିଷ୍ଠା ହୋଇଥିଲା ଏହି ମଠ । ପୂର୍ବରୁ ଲଙ୍ଗୁଳି ଓ ଏମାର ମଠର ଉଛେଦ କାର୍ଯ୍ୟ ଶେଷ ହୋଇଛି । ବଡ ଆଖଡା ନଠ ପରେ ସାନ ଛତା ମଠ ଉଛେଦ କରାଯିବ ।

ଆଜିଠୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ଅନଶନରେ ବସିବେ ମଠ ମନ୍ଦିର ସୁରକ୍ଷା ପରିଷଦ ସଭାପତି

ଅପରପକ୍ଷେ ପୁରୀରେ ଐତିହ୍ୟ ଓ ପ୍ରାଚୀନ ମଠର ସୁରକ୍ଷା ଦାବି । ଏନେଇ ଆଜିଠୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ଅନଶନରେ ବସିବେ ମଠ ମନ୍ଦିର ସୁରକ୍ଷା ପରିଷଦ ସଭାପତି । ଦାବି ନେଇ ପୂର୍ବରୁ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ ଜିଲ୍ଲାପାଳଙ୍କୁ ଅବଗତ କରାଯାଇଛି । ପ୍ରାଚୀନ ଓ ଐତିହ୍ୟ ମଠର ଉଚ୍ଛେଦକୁ ବିରୋଧ କରିଛି ପରିଷଦ । ଏନେଇ ପରିଷଦର ସଭାପତି କୃଷ୍ଣ ଚରଣ ଦାସ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣାରେ ବସିବେ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.