୨୧ ବର୍ଷୀୟ ଯୁବତୀ କଲେ ନିଜ ବାପାଙ୍କୁ ବିବାହ, କାରଣ ଜାଣିଲେ ଉଡିଯିବ ଆପଣଙ୍କ ହୋସ୍
ବାପା-ଝିଅର ସମ୍ପର୍କକୁ ଆମ ସମାଜରେ ଅତି ପବିତ୍ର ସମ୍ପର୍କ। ଏହି ସମ୍ପର୍କରେ ସ୍ନେହ, ଭଲପାଇବା, ଶ୍ରଦ୍ଧା ରହିଥାଏ। କିନ୍ତୁ ଆଜିକାଲି ସମାଜରେ ଏହି ସମ୍ପର୍କରେ ଅନେକ ପ୍ରକାର ଅଘଟଣ ଦେଖିବାକୁ ମିଳିଛି । ଏମିତି ଏକ ଘଟଣା ନିବ୍ରାସ୍କାରେ ଦେଖିବାକୁ ମିଳିଛି। ଯେଉଁଠି ୨୧ ବର୍ଷୀୟ ଯୁବତୀ ନିଜ ଭଉଣୀକୁ ଅପମାନିତ କରିବା ପାଇଁ ନିଜ ପିତାଙ୍କ ସହିତ ସମ୍ପର୍କ ରଖିବା ସହ ଜେଲ ଯିବାରୁ ମୁକ୍ତି ପାଇବା ପାଇଁ ପିତାଙ୍କୁ ବିବାହ ମଧ୍ୟ କରିନେଇଛନ୍ତି।
ସେହି ଯୁବତୀଙ୍କ ନାମ ସାମନ୍ଥା କ୍ରେସନର (୨୧)। ତାଙ୍କ ପିତାଙ୍କ ନାମ ଟ୍ରାବିସ ଫିଲ୍ଡଗୋବ। ଟ୍ରାବିସ ସାମନ୍ଥାଙ୍କ ବାୟୋଲୋଜିକାଲ ପିତା ଅଟନ୍ତି। ଏହି ଦୁହିଁଙ୍କ ସାକ୍ଷାତ ୪ ବର୍ଷ ପୂର୍ବେ ହୋଇଥିଲା। ସେତେବେଳେ ଟ୍ରାବିସଙ୍କୁ ୪୦ ବର୍ଷ ବୟସ ହୋଇଥିଲା। ବାପ ଏବଂ ଝିଅର ଅବୈଧ ସମ୍ପର୍କକୁ ଯେତେବେଳେ ସେମାନଙ୍କୁ ଦଣ୍ଡ ମଧ୍ୟ ପ୍ରଦାନ କରାଗଲା।
ପୋଲିସ ତଦନ୍ତରୁ ଜଣାପଡିଲା ଯେ, ସାମନ୍ଥା ନିଜ ସାନ ଭଉଣୀଙ୍କୁ ଅପମାନିତ କରିବା ପାଇଁ ପିତାଙ୍କ ସହିତ ଏହିସମ୍ପର୍କ ସ୍ଥାପନା କରିଥିଲେ। ତାଙ୍କ ପିତାଙ୍କ ସ୍ନେହ, ଭଲପାଇବା ଆଉ କାହା ସହିତ ଭାଗବଣ୍ଟା ହେଉ ସେ ଚାହୁଁନଥିଲେ। ଏଥିପାଇଁ ନିଜ ବାପାଙ୍କୁ ପାଖରେ ରଖିବା ପାଇଁ ସେ ଏହି ନିଷ୍ପତ୍ତି ନେଇଥିଲେ। କେବଳ ଏତିକି ନୁହେଁ ପୋଲିସ ଠାରୁ ବଞ୍ଚିବା ପାଇଁ ନିଜ ପିତାଙ୍କୁ ବିବାହ କରିନେଇଥିଲେ ସାମନ୍ଥା। ଏହି ଦୁହିଁଙ୍କ ସମ୍ପର୍କକୁ ନେଇ ମଧ୍ୟ ଟ୍ରାବିସଙ୍କ ପତ୍ନୀ ଆପତ୍ତି ଜଣାଇଛନ୍ତି।