ଭୁବନେଶ୍ୱର: ଛେଚା ଖାଇଲା ରୋଡ୍ ରୋମିଓ, ଯୁବତୀ ଦେଲେ ଉତ୍ତମ ମଧ୍ୟମ
![comment](https://knewsodisha.com/wp-content/uploads/2019/09/comment.jpg)
ଭୁବନେଶ୍ୱର(କେନ୍ୟୁଜ୍): ଯୁବତୀଙ୍କୁ ବାଇକ୍ରେ ପିଛା କଲେ। କମେଣ୍ଟ ବି ମାରିଲେ। ଶେଷରେ ହଟହଟା ହେଲେ ରୋଡ୍ ରୋମିଓ। ଦେଖନ୍ତୁ କମେଣ୍ଟ ମାରିବା କେମିତି ଦୁଇ ଜଣ ଯୁବକଙ୍କୁ ମହଙ୍ଗା ପଡ଼ିଲା। ବିଚ୍ ରାସ୍ତାରେ ଦୁଇ ଜଣ ଯୁବକଙ୍କୁ ବସ୍ ଉଠ୍ କରାଇଲେ ଯୁବତୀ। ଏହି ଘଟଣା ଘଟିଛି ରାଜଧାନୀ ଭୁବନେଶ୍ୱର ଜିଜିପି କଲୋନୀ ଅଞ୍ଚଳରେ। ହାତ ଯୋଡ଼ି ଯୁବତୀଙ୍କୁ ଭୁଲ୍ ମାଗିଛନ୍ତି ଦୁଇ ଜଣ ଯୁବକ। ସୂଚନା ଅନୁସାରେ, ଯୁବତୀ ଜଣଙ୍କ ଏକ ସ୍କୁଟିରେ ଯାଉଥିଲେ । ଏହି ସମୟରେ ଅନ୍ୟ ଏକ ଗାଡିରେ ଦୁଇ ଜଣ ଯୁବକ ତାଙ୍କର ପିଛା କରିଥିଲେ। ଅଶ୍ଳୀଳ ଇଙ୍ଗିତ ମଧ୍ୟ କରିଥିଲେ ରୋଡ୍ ରୋମିଓ। କିଛି ବାଟ ଯିବା ପରେ ଯୁବତୀ ଜଣଙ୍କ ଗାଡ଼ି ଅଟକାଇଥିଲେ। ଦୁଇ ଯୁବକଙ୍କୁ ବସ୍ ଉଠ୍ କରାଇଥିଲେ । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।