Below header

ବିହାରର ଏପରି ଏକ ଗାଁ ଯେଉଁଠି ନାହାଁନ୍ତି ଜଣେ ହେଲେ ମୁସଲମାନ ପରିବାର, କିନ୍ତୁ ପ୍ରତ୍ୟେକ ଦିନ ମସଜିଦ୍‌ ରେ ପଢାଯାଇଥାଏ ନମାଜ

ଦେଶର ଅନେକ ସ୍ଥାନରେ ହିନ୍ଦୁ-ମୁସଲିମଙ୍କ ମଦ୍ୟରେ ସାଂପ୍ରଦାୟିକ ଭେଦଭାବ ସ୍ଥିତି ଏବଂ ଶୁଣିବାକୁ ମିଳିଥାଏ। ସେହିପରି ବିହାରର ନାଳନ୍ଦା ଜିଲ୍ଲାର ଏକ ଗାଁରେ ହିନ୍ଦୁ-ମୁସଲମାନମାନଙ୍କର ଏକତା ଦେଖିବାକୁ ମିଳିଥାଏ। ଏହି ଗାଁରେ ଗୋଟିଏ ହେଲେ ମୁସଲମାନ ପରିବାର ନଥିଲେ ମଧ୍ୟ ଏଠାରେ ଅବସ୍ଥିତ ମସଜିଦ୍‌ ରେ ନିୟମାନୁସାରେ ପାଞ୍ଚ ଥର ନମାଜ ପାଠ କରାଯାଇଥାଏ। ଏହି ସବୁ କାଯ୍ୟର୍ ହିନ୍ଦୁ ସମ୍ପ୍ରଦାୟର ଲୋକମାନେ ମିଶି ପାଳନ କରିଥାନ୍ତି।

ନାଳନ୍ଦା ଜିଲ୍ଲାରେ ବେନ ପ୍ରଖଣ୍ଡର ମାଡି ଗାଁରେ କେବଳ ହିନ୍ଦୁ ସମ୍ପ୍ରଦାୟର ଦୁଇଟି ଲୋକ ବାସ କରିଥାନ୍ତି। କିନ୍ତୁ ଏଠାରେ ଅବସ୍ଥିତ ଥିବାଏକ ମସଜିଦ୍‌ ରେ ମୁସଲମାନ ଲୋକମାନେ ଅନୁପସ୍ଥିତ ରହିଲେ ମଧ୍ୟ ଉପେକ୍ଷିତ ହୋଇରହିନଥାଏ। ବରଂ ହିନ୍ଦୁ ସମ୍ପ୍ରଦାୟର ଲୋକମାନେ ଏହି ସବୁ ନିୟମ ପାଳନ କରିିଥାନ୍ତି। ଗ୍ରାମବାସୀଙ୍କ କହିବା ଅନୁଯାୟୀ ଏଠାରେ ପୂର୍ବରୁ ମୁସଲମାନମାନେ ରହୁଥିଲେ। କିନ୍ତୁ ଧୀରେ ଧୀରେ ସେମାନେ ପଳାୟନ କରିଥିଲେ ମଧ୍ୟ ଏଠାରେ ମସଜିଦ୍‌ ରହିଯାଇଥିଲା।

mosqueଗାଁର ହଂସ କୁମାରଙ୍କ କହିବା ଅନୁଯାୟୀ ‘ଆମ ହିନ୍ଦୁମାନଙ୍କୁ ଅଜାନ ଆସିନଥାଏ, କିନ୍ତୁ ପେନଡ୍ରାଇବ ସାହାଯ୍ୟରେ ଅଜାନର ସମସ୍ତ ରସମ ପୂରଣ କରାଯାଇଥାଏ।’ ଏହି ସମଜିଦ୍‌ କୁ କିଏ ଏବଂ କେବେ ନିର୍ମାଣ କରିଛନ୍ତି ତହାର କୌଣସି ପ୍ରମାଣ ନାହିଁ। କିନ୍ତୁ ସ୍ଥାନୀୟ ଲୋକମାନଙ୍କ କହିବା ଅନୁଯାୟୀ ଏହି ମସିଜିଦ୍‌ କୁ ତାଙ୍କ ପୁର୍ବଜମାନେ ସ୍ଥାପନା କରିଛନ୍ତି। ଏହା ବ୍ୟତୀତ ମସଜିଦ୍‌ ସାମ୍ନାରେ ପାଖାପାଖି ୨୦୦ ରୁ ୨୫୦ ବର୍ଷ ପୁରୁଣା ସମାଧି ସ୍ଥାନ ମଧ୍ୟ ରହିଛି। ଯେଉଁଠାରେ ଲୋକମାନେ ସଂଗୀତ ଗାନ କରିଥାନ୍ତି।

ଏହାସହ ପଢନ୍ତୁ: ଏପରି ଏକ ପାହାଡ, ଯେଉଁଠି ପଥର ମାରି ଜଣାଯାଏ ଗର୍ଭସ୍ଥ ଶିଶୁର ଲିଙ୍ଗ

ଗାଁର ପଣ୍ଡିତଙ୍କ କହିବା ଅନୁଯାୟୀ, ନିୟମ ଅନୁସାରେ ମସଜିଦ୍‌ ଦିରେ ଦୁଇ ଥର ସକାଳ ଏବଂ ସଂନ୍ଧ୍ୟା ସମୟରେ ସଫା କରାଯାଇଥାଏ। ଏହି ଗାଁରେ କୌଣସି ପରିବାରର କିଛି ଅସୁବିଧା ହେଲେ ମସିଜିଦ୍‌ ରେ ପ୍ରାର୍ଥନା କରିଥାନ୍ତି। ରିପୋର୍ଟ ଅନୁଯାୟୀ ମାଡି ଗାଁର ଏହି ମସିଜିଦ୍‌ ରେ ମୁସଲମାନ୍‌ ମାନଙ୍କର ସମ୍ପର୍କ କଟି ଯାଇଥିଲେ ମଧ୍ୟ ଏଠାର ସମଜିଦ୍‌ ରେ ସମସ୍ତ ନିୟମ ପାଳନ କରାଯାଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.